19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶସାମ୍ଭାବ୍ୟ ୪ର୍ଥ ଲହର : ପ୍ରଭାବିତ ହେବନି ଭାରତୀୟ ଅର୍ଥନୀତି

ସାମ୍ଭାବ୍ୟ ୪ର୍ଥ ଲହର : ପ୍ରଭାବିତ ହେବନି ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ: : ଭାରତର କେତେକ ରାଜ୍ୟରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏହା ଦେଶରେ ଚତୁର୍ଥ ଲହରର ଆଶଙ୍କାକୁ ବଢାଇ ଦେଇଛି। ଏପରି ପରସ୍ଥିତିରେ ଭାରତୀୟ ଅର୍ଥନୀତି ପୁନର୍ବାର ପ୍ରଭାବିତ ହେବାର ଆଶଙ୍କା ଜାହିର କରାଯାଇଥିଲା । ତେବେ ସାମ୍ଭାବ୍ୟ ୪ର୍ଥ ଲହର ଭାରତର ଆର୍ôଥକ ଅଭିବୃଦ୍ଧିରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଆକଳନ କରିଛି ଜାପାନର ବ୍ରୋକରେଜ କମ୍ପାନୀ ନୋମୁରା ।
୪ର୍ଥ ଲହରର ପ୍ରଭାବ ଅଳ୍ପରୁ ମଧ୍ୟମ ଧରଣର ରହିପାରେ ବୋଲି କମ୍ପାନୀ ପକ୍ଷରୁ ଏହାର ଅର୍ଥନୈତିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ସମୟରେ ଉଚ୍ଚ ମୁଦ୍ରାସ୍ଫୀତି, ଘରୋଇ ନିବେଶରେ ହ୍ରାସ ଏବଂ ବିଶ୍ୱ ବଜାର ଦୁର୍ବଳ ହେବା ନେଇ ନୋମୁରା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଭାରତ ସରକାରଙ୍କ ମୁଦ୍ରା ନୀତି ଏବଂ ସରକାରୀ ନିବେଶ ହେତୁ ଅଭିବୃଦ୍ଧି ହାର ପୂର୍ବବତ ଜାରି ରହିବ ।

ନୋମୁରା ନିକଟରେ ଆର୍ôଥକ ବର୍ଷ ୨୦୨୨-୨୩ ପାଇଁ ଭାରତର ଅଭିବୃଦ୍ଧିକୁ ୭.୪ ପ୍ରତିଶତକୁ ହ୍ରାସ କରିଛି, ଯାହା ୨୦୨୧-୨୨ରେ ୮.୪ ପ୍ରତିଶତ ଥିଲା । ଭାରତରେ ଗତ ଏକ ସପ୍ତାହ ହେବ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପାଇ ଦୈନିକ ତିନି ହଜାର ହୋଇଛ । ଏପରିକି କରୋନା ପୁର୍ବରୁ ବିଭିନ୍ନ କ୍ଷେତ୍ରରେ ଥିବା ଚାହିଦାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ ଦେଶର ସମୁଦାୟ ଚାହିଦା ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଁଞ୍ଚିଥିବା ବେଳେ ଯୋଗାଣ ଚାହିଦା ମଧ୍ୟ ବୃଦ୍ଧି ପାଇ ୯ ପ୍ରତିଶତରେ ପହଁଞ୍ଚିଛି । ଦେଶରେ ନିବେଶ ଏବଂ ଲୋକଙ୍କ ଖର୍ଚ୍ଚ ପରିମାଣ ମଧ୍ୟ ସମାନ ଅନୁପାତରେ ବୃଦ୍ଧି ପାଇଛି । ତେବେ କରୋନା ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଚାକିରି କ୍ଷେତ୍ରରେ କୌଣସି ଅଭିବୃଦ୍ଧି ହୋଇନାହିଁ । ଚାକିରି ପ୍ରଦାନ କ୍ଷେତ୍ରରେ ଭାରତ ଏବେ ମଧ୍ୟ ୧୦ ପ୍ରତିଶତ ପଛୁଆ ରହିଥିବା ନୋମୁରା ରିପୋର୍ଟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking