14.1 C
Bhubaneswar
Tuesday, January 13, 2026
Homeଓଡିଶାରାଜନେତାମାନେ ପ୍ରଥମେ ମହିଳାଙ୍କୁ ସମ୍ମାନ ଦେବା ଶିଖିବା ଦରକାର : ନବୀନ

ରାଜନେତାମାନେ ପ୍ରଥମେ ମହିଳାଙ୍କୁ ସମ୍ମାନ ଦେବା ଶିଖିବା ଦରକାର : ନବୀନ

ଭୁବନେଶ୍ୱର: ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଦ୍ୱାରା ବିଜେଡିର ଜଣେ ସମ୍ମାନନୀୟା ନେତ୍ରୀଙ୍କ ପ୍ରତି ଏପରି ଅପମାନଜନକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦ ଏବଂ କଦାପି ଗ୍ରହଣୀୟ ନୁହେଁ। ରାଜନୈତିକ ପ୍ରତିଉତ୍ତର ଭାବରେ ସର୍ବସାଧାରଣରେ ଜଣେ ମହିଳାଙ୍କ ଚରିତ୍ର ସଂହାର କରିବା ରୁଗ୍ଣ ମାନସିକତାର ପରିଚୟ ଏବଂ ମହିଳାଙ୍କ ସ୍ୱର ଚପାଇ ଦେବାକୁ ଉଦ୍ଦିଷ୍ଟ। ଏହା ଦର୍ଶାଉଛି ସବୁ ମହିଳା ଚୁପ୍ ହୋଇ ରୁହନ୍ତୁ। ସବୁଠୁ ଅଧିକ ଦୁଃଖର ବିଷୟ ହେଉଛି ବିଜେପି ନେତାମାନଙ୍କର ଗଭୀର ନୀରବତା। ଜଣେ କେହି ବି ନେତା ଏପରି ଘୃଣ୍ୟ ମନ୍ତବ୍ୟକୁ ନିନ୍ଦା କରିବା ସହିତ ବିଧାୟକଙ୍କୁ ଉତ୍ତରଦାୟୀ କରିବାକୁ ମଧ୍ୟ ଆଗକୁ ଆସୁନାହାନ୍ତି।

ଏପରି ବ୍ୟବହାର ନେଇ ସଭିଙ୍କ ନୀରବତା ସରକାରୀ ଦଳର ଆଭିମୁଖ୍ୟ ବେଶ୍ ସ୍ପଷ୍ଟ ଭାବେ ସର୍ବସାଧାରଣରେ ଦର୍ଶାଉଛି। ମହିଳାଙ୍କ ସଶକ୍ତିକରଣ ବିଷୟରେ ଉପଦେଶ ଦେବା ପୂର୍ବରୁ, ରାଜନେତାମାନେ ପ୍ରଥମେ ମହିଳାଙ୍କୁ ସମ୍ମାନ ଜଣାଇବାର ମୌଳିକ ନୀତି ଶିଖିବା ଦରକାର। ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ମୁହଁରୁ ଏପରି ଅପମାନଜନକ କଥା ଶୁଣିବା ଅତ୍ୟନ୍ତ ଅସହ୍ୟ ଓ ଅମାନବିକ। ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଏପରି ଲଜ୍ଜାଜନକସ୍ତରକୁ ଆସିବା ବେଶ୍ ବିରଳ।

ମୁଁ ଓଡ଼ିଶାର ସମସ୍ତ ସଚେତନ ନାଗରିକଙ୍କୁ ଆହ୍ୱାନ କରୁଛି—ଏପରି ରୁଗ୍ଣ ମାନସିକତା ଥିବା ତଥା ନାରୀ ବିରୋଧୀ ମନୋଭାବ ରଖି ରାଜ୍ୟ ବିଧାନସଭାରେ ସ୍ଥାନ ଜମାଇଥିବା ଲୋକମାନଙ୍କର ଅସଲ ଚେହେରାକୁ ଚିହ୍ନନ୍ତୁ। ଆସନ୍ତୁ, ଦଳମତ ନିର୍ବିଶେଷରେ ଏହାକୁ ବିରୋଧ କରିବା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଏକ ହେବା। ନଚେତ ଏକ ରାଜ୍ୟ ଭାବେ ଆମେ ଆମ ଝିଅ ତଥା ମା’ମାନଙ୍କ ଆଗରେ ବିଫଳ ହେବା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking