ଲକ୍ଷ୍ନୌ : ବହପ ଦେଖାଉଥିଲେ ବାବୁ । ପୋଲିସ୍ ବୋଲି କ’ଣ ସାଧାରଣ ଲୋକଙ୍କୁ ଇତର ଜନ୍ତୁ ପରି ବ୍ୟବହାର କରିବ । ହଇରାଣ କରିବାରୁ ମଦୁଆ ପୋଲିସକୁ ଉତ୍ତମ ମଧ୍ୟମ ଦେଲେ ମହିଳା । ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନରୁ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ୟୁନିଫର୍ମରେ ଥିବା ଜଣେ ପୋଲିସ୍ ବାବୁ ମହିଳା ଜଣେ ମହିଳା ଓ ପୁରୁଷଙ୍କ ସହ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି । ତେବେ ଭିଡିଓ ମାଧ୍ୟମରେ ପୀଡିତା ଦମ୍ପତିଙ୍କ ପାଇଁ ନ୍ୟାୟ ପାଇଁ ମାଗୁଛନ୍ତି ସାଧାରଣ ଜନତା । ଗତକାଲି ରାତି ୧ଟାରେ ଲକ୍ଷ୍ନୌ ରେଲୱେ ଷ୍ଟେସନ୍ରେ ପୋଲିସ ଜଣକ ନିଶାରେ ଚୁର ହୋଇ ଉତ୍ପାତ ମଚାଇଛନ୍ତି । ଖାକି ବର୍ଦ୍ଦିର ବହପ ଦେଖାଇ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନିଜ ଜିନିଷପତ୍ର ଉଠାଇବାକୁ ଚାହୁଁଥିଲେ। ହେଲେ ବ୍ୟକ୍ତି ଜଣକ ଜିନିଷ ଉଠାଇବା ପାଇଁ ମନା କରିଦେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା ଏବଂ ଝଗଡ଼ା ହୋଇଥିଲା ।
#Lucknow – पुलिसकर्मी की चप्पलों से पिटाई का वीडियो वायरल।
पुलिसकर्मी शराब के नशे में बताया जा रहा है, वायरल वीडियो में पुलिसकर्मी महिलाओं से भी अभद्रता करता नजर आ रहा है।
राजधानी के चारबाग रेलवे स्टेशन का #VIDEO बताया जा रहा।@Uppolice @lkopolice pic.twitter.com/FkM369OpQD— Newstrack (@newstrackmedia) March 18, 2022
ବ୍ୟକ୍ତି ଜଣଙ୍କୁ ସେ ବାଡ଼ି ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତିଙ୍କ କଲର୍ ଧରି ପୋଲିସ ବାବୁ ଟଣାଓଟରା କରୁଛନ୍ତି । ମାଡ଼ ମାରିବା ସହ ବାଡି ଧରି ତାଙ୍କ ଆଡ଼କୁ ଝପଟି ପଡ଼ୁଛନ୍ତି । ତେବେ ସ୍ୱାମୀଙ୍କୁ ମାରିବା ପରେ ସେଠାରେ ଉପସ୍ଥିତ ମହିଳା ଜଣକ ଚପଲରେ ପୋଲିସକୁ ମାଡ ମାରୁଛନ୍ତି ଏବଂ ପୋଲିସ୍ ମହିଳାଙ୍କୁ ଜୋରରେ ଠେଲି ଦେଉଛନ୍ତି । ସେପଟେ ବ୍ୟକ୍ତି ଜଣକ ପୋଲିସର ବାଡି ଟାଣିବା ସହ ପୋଲିସ୍ ମୋ ପିଲାଙ୍କ ହାତ ଭାଙ୍ଗି ଦେଇଛନ୍ତି ବୋଲି କହୁଛନ୍ତି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତରପ୍ରଦେଶ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭାଗକୁ ନିର୍ଦ୍ଦେଶ ଦେଇଛି । ସେହିପରି ମହିଳାଙ୍କ ସହ ଅସଦାଚରଣ କରିଥିବା ଏହି ପୋଲିସ୍ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସାଧାରଣରେ ଦାବି କରାଯାଇଛି ।