31.1 C
Bhubaneswar
Friday, October 18, 2024
Homeଓଡିଶାସ୍ନାନପୁଣ୍ମିମା ଉପଲକ୍ଷେ ପୋଲିସର ଟ୍ରାଫିକ କଟକଣା : ସକାଳ ୬ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସିଂହଦ୍ୱାରକୁ...

ସ୍ନାନପୁଣ୍ମିମା ଉପଲକ୍ଷେ ପୋଲିସର ଟ୍ରାଫିକ କଟକଣା : ସକାଳ ୬ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସିଂହଦ୍ୱାରକୁ ବାଇକ୍ ମନା

ପୁରୀ:ରବିବାର ଦେବସ୍ନାନ ପୁଣ୍ମିମା ।ଶ୍ରୀବିଗ୍ରହଙ୍କ ଖୋଲା ଆକାଶ ତଳେ ସ୍ନାନମଣ୍ଡପରେ ତାଙ୍କର ଅଗଣିତ ଭକ୍ତଙ୍କ ସମ୍ମୁଖରେ ଶ୍ରୀଜୀଉ ପ୍ରତ୍ୟକ୍ଷସ୍ନାନ କରିବେ ଏବଂ ଅପରାହ୍ନରେ ହାତୀବେଶରେ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ଦୁଶ୍ୟ ଦେଖିବା ବିରଳ । ତତ୍ ସହିତ ମହାପ୍ରଭୁଙ୍କ ସ୍ନାନ ପାଣି ପାଇଁ ଭକ୍ତ ବ୍ୟାକୁଳ । ଏଥିପାଇଁ ସକାଳୁ ସକାଳୁ ବଡଦାଣ୍ଡ ସମତେ ସିଂହଦ୍ୱାର ପାଲଟିଯିବ ଲୋକାରଣ୍ୟ । ଏକ ଭକ୍ତିମେୟ ପରିବେଶରେ ଉଚ୍ଛୁଳିବ ସିଂହଦ୍ୱାର ।

ଏହି ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ଜିଲ୍ଲା ପୋଲିସ ପକ୍ଷରୁ ଟାଫିକ କଟକଣା କରାଯାଇଛି । ରବିବାର ସକାଳ ୬ଟାରୁ ଆରମ୍ଭ କରି ରାତ୍ର ୧୦ଟା ପର୍ଯ୍ୟନ୍ତ ସିଂହଦ୍ୱାରକୁ ବାଇକ୍ ମନା । ବାଇକ ଚାଳକମାନେ ବଡଦାଣ୍ଡରେ ଆସି ମାକେର୍ଟଛକଠାରେ ପାକିଂ କରିବେ ଏବଂ ସେଠାରୁ ଶ୍ରୀମନ୍ଦିର ଚାଲି କରିଯିବେ ।ସେହିପରିଚାରିଚକିଆଯାନ ଗୁଡିକ ଜଗନ୍ନାଥ ବଲ୍ଲଭ, ଶରଧା ବାଲି,ଜିଲ୍ଲା ସ୍କୁଲ ଠାରେ ପାର୍କିଂ କରାଯିବବୋଲି ପୋଲିସପକ୍ଷରୁ ସୁଚନାମିଳିଛି ।

ତେଣୁଟାଫିକକୁ ସୁପରିଚାଳନା କରିବାପାଇଁ ସହରକୁ୫ଟି ଜୋନରେ ବିଭକ୍ତକରାଯାଇଛି । ଏଥିରେ ଇନିସ୍‌ପେକ୍ଟର ର‌୍ୟାଙ୍କର ଅଧିକାରୀମାନେ ରହି ଟ୍ରାଫିକ୍ ସୁପରିଚାଳନା କରିବେ ।ସେହିପରି ସୋମାନଙ୍କୁ ନିୟନ୍ତ୍ରଣକରିବାପାଇଁକମାଣ୍ଡାଣ୍ଟଓଡିଏସ୍‌ପି ର‌୍ୟାଙ୍କର ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଜାତୀୟ ରାଜପଥରେ ମଧ୍ୟଟାଫିକ୍ ପାଇଁ ଜଣେ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିଛନ୍ତି ।

ଯେପରି ଭାବରେଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେଶୁଙ୍ଖଳାରେଆସି ଶ୍ରୀଜୀଉଙ୍କୁଦର୍ଶନ କରିବେ ତାହା ଉପରେଗୁରୁତ୍ୱ ଦିଆଯାଇଛି ବୋଲି ଏସ୍‌ପି କନୱାର ବିଶାଲ ସିଂ ସୁଚନାଦେଇଛନ୍ତି । ଅନ୍ୟପଟରେ ସହର ଉପରେ କଡା ନଜର ରଖାଯାଇଛି । ଏପରିକି ଲୁଟେରା ଓ ଦୁବୁର୍ତ୍ତମାନଙ୍କ କିଛି ଅଘଟଣା ଘଟାଇବାକୁ ଉଦ୍ୟମ କଲେ ତାଙ୍କ ସଙ୍ଗେ ସଙ୍ଗେ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

ମୁତୟନ ହେବେ ୬୦ପ୍ଲାଟୁନ୍ ଫୋର୍ସ : ଦିନକ ପରେମହାପ୍ରଭୁଙ୍କସ୍ନାନପୂଣ୍ମିମା ।ତେବେ ଶ୍ରୀଜୀଉଙ୍କ ଏହି ପ୍ରତ୍ୟକ୍ଷ ସ୍ନାନନୀତି ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଏପରିକି ୪ରୁ ୫ଲକ୍ଷ ଭକ୍ତଙ୍କଗହଳି ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ତେବେ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତତ୍ପର ହୋଇପଡିଛି । ଯେଭଳି ଭାବରେ ଶ୍ରଦ୍ଧାଳୁମାନେସୁବିଧାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିରେ ଫେରିବେ ସେଥିଲାଗି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେଥିପାଇଁ ଉକ୍ତ ଦିନ ଭକ୍ତଙ୍କ ସୁରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ୩ଜଣ କମାଣ୍ଡାଣ୍ଟ,୧୨ଜଣ ଅତିରିକ୍ତ ଏସ୍‌ପି,୨୨ଜଣ ଡିଏସ୍‌ପି,୫୯ଇନିସ୍‌ପେକ୍ଟର,୨୯୧ଜଣ ଇନିସ୍‌ପେକ୍ଟର /ସବ୍ ଇନିସ୍‌ପେକ୍ଟର,୪୧ ଜଣ ହାବିଲଦାର,୧୨ଜଣ ଟାଫିକ୍ ହାବିଲଦାର,୩୩୧କନେଷ୍ଟବଳ,୪୮ଜଣ ଟ୍ରାଫିକ୍ କନେଷ୍ଟବଳ,୫୪୪ଜଣ ହୋମଗାର୍ଡଙ୍କ ସମେତ୬୦ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking