31.1 C
Bhubaneswar
Tuesday, April 7, 2026
Homeଓଡିଶାଗୋ-ମାଫିଆଙ୍କ ଘରେ ପୁଲିସର ଚଢାଉ

ଗୋ-ମାଫିଆଙ୍କ ଘରେ ପୁଲିସର ଚଢାଉ

ଭଦ୍ରକ: ଗୋମାଫିଆଙ୍କ ଘରେ ରେଡ । ଭଦ୍ରକ , ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଏକାଧିକ ସ୍ଥାନରେ ପୁଲିସର ଚଢାଉ । ଭଦ୍ରକରେ ୮ଟି ଏବଂ ମୟୁରଭଞ୍ଜରେ ୧୫ ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ୩୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଭଦ୍ରକରେ ୮ଟି ସ୍ଥାନରେ ଚାଲିଛି ରେଡ । ଜଣେ ଡିଏସପି ତିନି ଜଣ ଇନସ୍ପେକ୍ଟର, ୬ ପ୍ଲାଟୁନ ପୋଲିସ ଫୋର୍ସ ଏହି ଚଢାଉରେ ସାମିଲ ଅଛନ୍ତି । ଭଦ୍ରକରେ ଗୁଜି ଦରଡା, ଅଲାରପୁର, ସନ୍ତିଆ ଆଦି ଗାଁରେ ପୁଲିସ ଚଢାଉ କରିଛି । ଗୋରୁ ମାଫିଆ ଘରୁ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ସହ ଲକ୍ଷାଧିକ ମୂଲ୍ୟର ସୁନା ଗହଣା, ସହ ସହ ଦୁଇଟା ଖଣ୍ଡା ଗୋଟେ ବନ୍ଧୁକ ଜବତ କରାଯାଇଛି । ସେହିପରି ମୟୁରଭଞ୍ଜ ଜିଲ୍ଲାର ୧୫ ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ ।

ରାଇରଙ୍ଗପୁର, ବାରିପଦା ଝାରପୋଖରିଆ , ବାଙ୍ଗିରିପୋଷି ଓ ବୈଶିଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢାଉ । ଏସପିଙ୍କ ତତ୍ତ୍ୱାବଧାନରେ ଏଡିସନାଲ ଏସପି, ଡିଏସପି ଏବଂ ଇନ୍ସପେକ୍ଟରମାନେ ରେଡରେ ସାମିଲ ଅଛନ୍ତି । ସବୁ ସ୍ଥାନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଡ ଚାଲିଛି । ମୟୁରଭଞ୍ଜ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ରୁ ଅଧିକ ନଗଦ ଟଙ୍କା, ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର , ୬ଟି ଓ ୪ ଚକିଆ ଯାନ ଓ ୫ଟି ମଟର ସାଇକେଲ ଜବତ କରିଛି ପୋଲିସ । ସେହିପରି ବାଲେଶ୍ୱର ସୋର ଥାନା ବାରିକପୁର ହାଟ ନିକଟରେ ଥିବା ଗୋ ମାଫିଆଙ୍କ ଘରେ ଚଢାଉ ଜାରି ରହିଛି । ଏଥିରେ ସଦର ଏସଡିପିଓ, ସୋର ଥାନାଧିକାରୀ ଓ ସୋର ଅତିରିକ୍ତ ତହସିଲଦାରଙ୍କ ସହ ଏକ ଟିମ ସହ ଚଢାଉ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking