27.1 C
Bhubaneswar
Saturday, July 6, 2024
Homeଓଡିଶାଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ପୋଲିସର ଛାନଭିନ୍ : ଡିଲିଟ ହୋଇଥିବା ମେସେଜ ଓ ଚାଟକୁ...

ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ପୋଲିସର ଛାନଭିନ୍ : ଡିଲିଟ ହୋଇଥିବା ମେସେଜ ଓ ଚାଟକୁ ରିଟ୍ରାଇଭ କରିବାକୁ ପ୍ରୟାସ

ଭୁବନେଶ୍ୱର:ଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା । ଖାରବେଳ ନଗର ଥାନାରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ । ଆଜେକ୍ସ ଓ ତାଙ୍କ ପ୍ରେମିକାଙ୍କ ମୋବାଇଲ ଓ ଇମେଲକୁ ଯାଂଚ କରୁଛି ଟିମ । ଡ଼ିଲିଟ ହୋଇଥିବା ମେସେଜ ଓ ଚାଟକୁ ରିଟ୍ରାଇଭ କରିବା ଜାରି ରଖିଛି । ଅନ୍ୟପଟେ ଗତକାଲି ପୁଲିସ ହାତରେ ଲାଗିଛି ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପ୍ରେମିକାଙ୍କୁ ପଠାଇଥିବା ଶେଷ ମେଲ୍ , ଅଡ଼ିଓ କ୍ଲିପ ଓ କିଛି ଫଟୋ । ଯେଉଁଥିରେ ବ୍ରେକ ଅପ୍ କାରଣରୁ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା କଥା ସ୍ୱୀକାର କରିଛନ୍ତି ଆଜେକ୍ସ । ତାଙ୍କ ପ୍ରେମିକାଙ୍କୁ କିଭଳି ନିଜ ଠୁ ଅଧିକ ଭଲ ପାଉଥିଲେ ତାହାକୁ ଅଡ଼ିଓ କ୍ଲିପରେ ରେକର୍ଡ଼ କରିଛନ୍ତି । ପ୍ରେମିକାର ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ସଂପର୍କକୁ ନେଇ ସହିପାରିନଥିଲେ ଡିଜେ ଆଜେକ୍ସ ।

ଆତ୍ମହତ୍ୟା ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାକୁ ପିଛା କରି ଯାହା ସବୁ ଦେଖିଥିଲେ ଅଡ଼ିଓ କ୍ଲିପରେ କହିଛନ୍ତି । ପ୍ରେମିକା ଉପହାର ଦେଇଥିବା ସାର୍ଟ ପିନ୍ଧି ଆତ୍ମହତ୍ୟା ପୂର୍ବରୁ କାନ୍ଦି କାନ୍ଦି ସେଲଫି ନେଇଥିଲେ । ଏବଂ ତାପରେ ମେଲରେ ମନର କଥା କହି ଆତ୍ମହତ୍ୟା କରିଛନ୍ତି । ଖୁବଶୀଘ୍ର ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବା ନେଇ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking