30 C
Bhubaneswar
Monday, May 12, 2025
Homeଓଡିଶାପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବଢିଲା

ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବଢିଲା

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ଓଡିଶା ସ୍ପେଶାଲ ଷ୍ଟାଇକିଂ ଫୋର୍ସରେ ନିଯୁକ୍ତି କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି । ସର୍ବନିମ୍ନ ଦରମା ୩୦ ହଜାରରୁ ବଢି ହେଲା ୪୫ ହଜାର ଟଙ୍କା । ପାରିଶ୍ରମିକ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଆନ ଗଠନ କରିଛନ୍ତି ରାଜ୍ୟ ସରକାର । ସିପାହୀଙ୍କ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କାରାଯାଇଛି । ଲାନ୍‌ସ ନାଏକ, ନାଏକ, ହାବିଲଦାରଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାରକୁ ବୃଦ୍ଧି କରାଯାଇଛି । ଜୁନିଅର କମିଶନ୍‌ଡ ଅଫିସରଙ୍କ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର କରାଯାଇଛି । ଡିଙ୍ଗି ଡ୍ରାଇଭର, ସି-ମ୍ୟାନ୍ ମେକାନିକ୍‌, ଖଲାସିମାନଙ୍କ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାରକୁ ବୃଦ୍ଧି କରାଯାଇଛି । ସିରାଙ୍ଗ, ଇଞ୍ଜିନ ଡ୍ରାଇଭରମାନଙ୍କର ଦରମା ୩୨ ହଜାରରୁ ବୃଦ୍ଧି ପାଇ ୫୦ ହଜାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking