28.1 C
Bhubaneswar
Thursday, June 5, 2025
Homeଓଡିଶାରୁପ ସିଂ ମାଝୀ ନିଖୋଜ ଘଟଣାର ପର୍ଦାଫାଶ କରିଛି ପୋଲିସ

ରୁପ ସିଂ ମାଝୀ ନିଖୋଜ ଘଟଣାର ପର୍ଦାଫାଶ କରିଛି ପୋଲିସ

କଳାହାଣ୍ଡି: କଳମପୁର ଥାନା ଦେପୁର ଗାଁ ର ରୁପସୀଙ୍ଗ ମାଝୀ ନିଖୋଜ ଘଟଣା ର ଆଜି ପର୍ଦାଫାଶ କରିଛି ପୋଲିସ l ଗୁଣି ଗାରେଡି ସନ୍ଦେହ ରେ ଗାଁ ର ଲିଙ୍ଗ ମାଝୀ ତାଙ୍କୁ ହତ୍ୟା କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଦେପୁର ଗାଁ ର ଆଁତରୁ ମାଝୀ ଗତ ୨୦ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ କଳମପୁର ଥାନାରେ ଏତଲା ଦିଆ ଯାଇଥିଲା l ଏତଲା ଆଧାରରେ ପୋଲିସ ବହୁ ଖୋଜା ଖୋଜି ପରେ ମଧ୍ୟ କୌଣସି ସୂଚନା ପାଈଁ ନ ଥିଲା ଏହାକୁ ନେଇ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦେବା ସହିତ ସନ୍ଦେହ କରି ୩ ଜଣ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ l ପୋଲିସ ଅଭିଯୋଗ ହୋଇଥିବା ଯୁବକ ମାନଙ୍କୁ ଫୋନ କଲ ଟ୍ରେସ କରି ଖୋଜି ଥିଲା l ଏବଂ ଜଣ ଯୁବକ ଙ୍କୁ ହାଇଦ୍ରାବାଦ ରୁ ଗିରଫ କରି ପଚରା ଉଚରା କରିଥିଲା l ଗିରଫ ହୋଇଥିବା ଯୁବକ ସେହି ଗାଁ ର ଲିଙ୍ଗ ମାଝୀ ବୃଦ୍ଧ ଆତରୁ ଙ୍କୁ ଗୁଣିଗାରେଡି ସନ୍ଦେହ ରେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା l ଆଜି ହତ୍ୟାକରି ଯୁବକଙ୍କୁ ଆଣି ସିନରୀକ୍ରିଏସନ କରିଛି l ବୃଦ୍ଧ ଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ମୃତଦେହ କୁ ଲୁଚେଇ ଥିବା ଜଣା ପଡିବା ପରେ ଜୁନାଗଡ଼, ଜୟପାଟଣା ଏବଂ କଳମପୁର ପୋଲିସ ବଲାଙ୍ଗୀର ଓଡ୍ରାଫ ଟିମ ର ସାହାଯ୍ୟରେ ପୋଖରୀରେ ଭିତରୁ ବୃଦ୍ଧଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଥିବା ବେଳେ ମୁଣ୍ଡ କୁ ଖୋଜା ଚାଲିଛି l ଗୁଣି ଗାରେଡି ସନ୍ଦେହରେ ଯୁବକ ଲିଙ୍ଗ ମାଝୀ ବୃଦ୍ଧ ରୂପ ସିଙ୍ଗ ମାଝୀଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking