18.1 C
Bhubaneswar
Saturday, November 23, 2024
Homeଓଡିଶାଭିଜିଲାନ୍ତ୍ର ଜାଲରେ ପୋଲିସ ବାବୁ

ଭିଜିଲାନ୍ତ୍ର ଜାଲରେ ପୋଲିସ ବାବୁ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଦୁଇ ପୋଲିସ କ୍ଷ ଖନ୍ତାପଡ଼ା ଥାନାରେ କାର‌୍ୟ୍ୟରତ ଏଏସ୍‌ଆଇ ରତିକାନ୍ତ ଦାସ ଏବଂ ହୋମଗାଡ଼ ଶଶିକାନ୍ତ ମହାପାତ୍ର ବୋଲଡର ଗାଡିରୁ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ବାଲେଶ୍ୱର ଭିଜିଲାନ୍ସ ଟିମ। ଗତ ଫେବୃୟାରୀ ଚାରି ତାରିଖ ଦିନ ବାଗୁଡ଼ିରୁ ବାଲେଶ୍ୱର ଯାଉଥିବା ଏକ ବୋଲଡର ଗାଡିକୁ ଧରିଥିଲା ଖନ୍ତାପଡ଼ା ପୋଲିସ । ଖିରୋଚୋରା ଅଞ୍ଚଳର ଗୌରାଙ୍ଗ ମାହାନା କୋର୍ଟରୁ ଗାଡି ରିଲିଜ କରିବା ପରେ ମଧ୍ୟ ଖନ୍ତାପଡ଼ା ଥାନାର ଏଏସ୍‌ଆଇ ରତିକାନ୍ତ ଦାସ ୩୦ ହଜାର ଟଙ୍କା ଦାବି କରିଥିଲେ। ପରେ ଗୌରାଙ୍ଗ ବାଲେଶ୍ୱର ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ । ଆଜି ଭିଜିଲାନ୍ସର ଦୁଇଟି ଟିମ ଜଗି ରହିଥିଲେ। ଏଏସ୍‌ଆଇ ରତିକାନ୍ତ ଦାସ ଏବଂ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ୨୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଟଙ୍କା ନେବାରେ କେବଳ । ଏଏସ୍‌ଆଇ ନେଇଛନ୍ତି ନା ଅନ୍ୟ ଉଚ୍ଚ ଅଧିକାରୀ ମାନେ ସମ୍ପୃକ୍ତି ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅଧିକ ତଦନ୍ତ କରୁଛି ବାଲେଶ୍ୱର ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking