ମୁମ୍ବାଇ: ସାଙ୍ଗ ସାଜିଲା ସୈତାନ । ସାଙ୍ଗ ହୋଇ ସାଙ୍ଗକୁ କଲା ଦୁଷ୍କର୍ମ । ଜନ୍ମଦିନ ପାର୍ଟି କରିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ । ଅଭିଯୋଗ ପରେ ୬ ଜଣଙ୍କୁ କାବୁ କଲା ପୋଲିସ । ସେମାନଙ୍କ ମଧ୍ୟରୁ ୩ଜଣ ନାବାଳକ ରହିଥିବା ସୂଚନା ମିଳିଛି । ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଦୁଷ୍କର୍ମ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୩ଜଣ ନାବାଳକ ରହିଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଜଣେ ସାଙ୍ଗ ମଧ୍ୟ ସେମାନଙ୍କ ମଧ୍ୟରେ ରହିଛନ୍ତି । ଗତ ଶୁକ୍ରବାର ଏକ ସ୍ଥାନରୁ ପୀଡିତା ଓ ତାଙ୍କ ବନ୍ଧୁ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ । ସେଠାକୁ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ ଆସିଥିଲେ । କିଛି ସମୟ ପରେ ସମସ୍ତେ ଏକାଠି ନାବାଳିକାକୁ ଗଣ ଦୁଷ୍କର୍ମ କରିଥିଲେ । ସ୍ଥାନୀୟ ବାସିନ୍ଦା ନାବାଳିକାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଥାନାରେ ନାବାଳିକାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୬ ଜଣଙ୍କୁ କାବୁ କରିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି ପୋଲିସ ।