19.1 C
Bhubaneswar
Tuesday, February 3, 2026
Homeଓଡିଶାବଜ୍ରାଘାତରେ ପୋଢୁଅ ଚରାଳିଙ୍କ ମୃତ

ବଜ୍ରାଘାତରେ ପୋଢୁଅ ଚରାଳିଙ୍କ ମୃତ

ଓଡ଼ଗାଁ: ଓଡ଼ଗାଁ ଆଦର୍ଶ ଥାନା ବାହାଡାଝୋଲା ଫାଣ୍ଡି ଅଧୀନ ଭାଟସାହି ଗ୍ରାମର ପ୍ରକାଶ ଗୁରୁ(୫୮) ରବିବାର ଅପରାହ୍ନରେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ସେ ଚରାଉଥିବା ଗୋଟିଏ ପୋଢୁଅର ମଧ୍ୟ ମୃତ୍ୟୁ ଘଟିଛି। ଏ ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହେବାପରେ ଓଡ଼ଗାଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ସୋମବାର ଶବବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାହାଡାଝୋଲା ପ୍ରାଣୀ ଚିକିତ୍ସକ ବିରେନ୍ଦ୍ର କୁମାର ଜେନା ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ପୋଢୁଅକୁ ଦେଖି ଫେରିଯାଇଛନ୍ତି। ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ପ୍ରକାଶ ଗୁରୁ ପୋଢୁଅକୁ ନେଇ ଚରେଇବାକୁ ଯାଇଥିଲେ। ସାଢ଼େ ୪ଟା ସମୟରେ ମୋବାଇଲରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଶେଷ ଥରପାଇଁ କଥା ହୋଇଥିଲେ। ହେଲେ ରାତି ୮ଟା ସୁଦ୍ଧା ପ୍ରକାଶ ଘରକୁ ନଫେରିବାରୁ ଖୋଜାଖୋଜି କରି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ମୃତ ଶରୀରକୁ ଦେଖି ଓଡ଼ଗାଁ ଡାକ୍ତରଖାନା ନେଇଥିଲେ। ପ୍ରକାଶଙ୍କ ମୃତ ଶରୀରର କାନ, ନାକ ଇତ୍ୟାଦି କେତେକ ସ୍ଥାନରେ ଫୋଟକା ହୋଇଥିବାବେଳେ ଦେହ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ଅପରାହ୍ନରେ ବାରମ୍ବାର ବଜ୍ରାଘାତ ହେଉଥିବା ସମୟରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking