29.1 C
Bhubaneswar
Monday, November 18, 2024
Homeକରୋନାକରୋନା ସଂକ୍ରମଣ ବୃଦ୍ଧି ନେଇ ଆସନ୍ତା ୮ ତାରିଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ...

କରୋନା ସଂକ୍ରମଣ ବୃଦ୍ଧି ନେଇ ଆସନ୍ତା ୮ ତାରିଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୮ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭାଇରସ ଓ ଟିକାକରଣ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଗୋଟିଏ ଦିନ ପୂର୍ବରୁ ୪ ଏପ୍ରିଲରେ ପିଏମ ମୋଦି କରୋନା ସଂକ୍ରମଣ ବୃଦ୍ଧି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ସେଥିରେ ସେ କହିଥିଲେ ଯେ, କୋଭିଡ ୧୯ ସଂକ୍ରମଣ ରୋକିବାକୁ ରାଜ୍ୟମାନଙ୍କୁ କଡା ଓ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଏହାସହିତ ସଂକ୍ରମଣ ବିସ୍ତାର ରୋକିବା ପାଇଁ ପିଏମ ମୋଦି ୫ ସ୍ତରୀୟ ରଣନୀତି ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, କୋଭିଡ ବ୍ୟବହାର ଓ ଟିକାକରଣକୁ ଗମ୍ଭୀରତା ଓ ପ୍ରତିବଦ୍ଧତା ସହ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ ।
ସୋମବାର ଭାରତରେ ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସର୍ବାଧିକ ୧୦୩୫୫୮ ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ୧୨୫୮୯୦୬୭ ହୋଇଛି । ଗତବର୍ଷ ୧୭ ସେପ୍ଟେମ୍ବରରେ ଗୋଟିଏ ଦିନରେ ସର୍ବାଧିକ ୯୭୮୯୪ ନୂଆ ମାମଲା ସାମ୍ନାକୁ ଆସିଥିଲା । ଗତବର୍ଷ ୭୬ ଦିନରେ ୨୦ ହଜାରରୁ ସର୍ବାଧିକ ୯୭୮୯୪ ନୂଆ ମାମଲା ଥିଲା ଓ ଚଳିତ ଥର କେବଳ ୨୫ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ ୧ ଲକ୍ଷ ପାର୍ କରିଛି ସଂକ୍ରମଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking