25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆକାଶମାର୍ଗରୁ ଓ୍ବାୟନାଡ ଭୂସ୍ଖଳନ ଅଞ୍ଚଳ ନିରୀକ୍ଷଣ କଲେ ପ୍ରଧାନମନ୍ତ୍ରୀ

ଆକାଶମାର୍ଗରୁ ଓ୍ବାୟନାଡ ଭୂସ୍ଖଳନ ଅଞ୍ଚଳ ନିରୀକ୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳର ଓ୍ବାୟନାଡ ଜିଲା ଗସ୍ତ କରି ଭୂସ୍ଖଳନ ଦ୍ଵାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୋଦୀ ପ୍ରଥମେ ବାୟୁସେନା ହେଲିକପ୍ଟର ଯୋଗେ ଭୂସ୍ଖଳନରେ ଧ୍ବଂସ ହୋଇଯାଇଥିବା ଚୁରଲମାଲା, ମୁଣ୍ଡକ୍କଇ ଏବଂ ପଞ୍ଚିରିମଟ୍ଟମ ବସ୍ତିଗୁଡ଼ିକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏବଂ କେନ୍ଦ୍ରୀୟ ପର୍ୟ୍ୟଟନ ତଥା ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ସାମିଲ ଥିଲେ। ଆକାଶମାର୍ଗରେ ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ କଲପେଟ୍ଟାସ୍ଥିତ ଏସକେଏମଜେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ଓହ୍ଲାଇ ସଡ଼କ ମାର୍ଗରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ। ଭୂସ୍ଖଳନରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ୨ ହଜାର କୋଟି ଟଙ୍କାର ସହାୟତା ମାଗିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନିଜେ ଅଞ୍ଚଳ ପରିଦର୍ଶନ କରିବାକୁ ଆସିଛନ୍ତି। ଗତ ଜୁଲାଇ ୩୦ ତାରିଖରେ ଏହି ଅଞ୍ଚଳରେ ଭୂସ୍ଖଳନ ଯୋଗୁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଲୋକ ଏବେ ବି ନିଖୋଜ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking