କେସିଙ୍ଗା – କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ସମ୍ମୁଖରେ ଆଜି କେସିଙ୍ଗା ନଗର ବିଜେପି ସଭାପତି ମଗ ନ ସିନ୍ଦୂର ଙ୍କ ନେତୃତ୍ୱ ରେ ବିଜେପି ପକ୍ଷରୁ ପ୍ରଧାମନ୍ତ୍ରୀ ଆବାସ ତାଲିକା ରେ ବ୍ୟାପକ ଅନିୟମିତତା ଦର୍ଶାଇ ଗଣଧାରଣା ସକାଳ ୧୦ ଘଣ୍ଟା ସମୟ ରୁ ଆରମ୍ଭ ହେଇଥିଲା।
ଗତ ୨୦୧୮ _୧୯ରେ ତିଆରି କରାଯାଇଥିବା ତାଲିକା ରେ ବ୍ୟାପକ ତ୍ରୁଟି ଅଛି ଓ ତାଲିକା ରେ ଅନେକ ଗରିବ ଲୋକଙ୍କ ନାମ ନାହିଁ ଯାହା ଏକ୍ ଦୁଃଖ ର ବିଷୟ ବୋଲି ସଭାପତି ପ୍ରକାଶ କରିଛନ୍ତି।ଆଗାମୀ ୭ ଦିନ ମଧ୍ୟ ରେ ନୂତନ ତାଲିକା ତିଆରି କରି ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାମନ୍ତ୍ରୀ ଆବାସ ଦିଆ ନ ଗଲେ ଆଗାମୀ ଦିନରେ ଆବାସ ଗୃହ ପାଇ ନ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ସହିତ ମିଶି ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ କେସିଙ୍ଗା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।ଏ ହିଁ ଧାରଣା ରେ ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ବନ୍ ଛୋ ର,ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ଅଶୋକ ପୋଢ଼,ଶ୍ରୀମତୀ ନିରୁପମା ସାମଲ,ପ୍ରତାପ ବାଗ, ଶଶାଙ୍କ ଶେଖର ମହଲା,ବସନ୍ତ ପୁରୋହିତ,ମନୋଜ ସାହୁ,ଯୁବ ନେତା ଧରଣୀ ନାଏକ, ଥବିର ଗୌଡ, ଏନ୍ ଏ ସି ବିଧାୟକ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ,ସୀତାରାମ ନାଏକ,ସରୋଜ ସେଠ୍, ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବଂଶୀ ପାଣି ସାହା l