18.1 C
Bhubaneswar
Monday, November 25, 2024
Homeଓଡିଶାପ୍ରଧାନମନ୍ତ୍ରୀ ଗରୀବ କଲ୍ୟଣ ଅନ୍ନ ଯୋଜନା ପୁନଃ କାର୍ଯ୍ୟକାରୀ କରାଯାଉ- କଂଗ୍ରେସ

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟଣ ଅନ୍ନ ଯୋଜନା ପୁନଃ କାର୍ଯ୍ୟକାରୀ କରାଯାଉ- କଂଗ୍ରେସ

ଭୂବନେଶ୍ୱର – କେନ୍ଦ୍ର ମୋଦି ସରକାର ଗତ ଡ଼ିସେମ୍ବର ୨୩ ତାରିଖରେ ପ୍ରଧାନମନ୍ତ୍ରୀ
ଗରୀବ କଲ୍ୟଣ ଅନ୍ନ ଯୋଜନା ଚଳିତ ଜାନୁୟାରୀ ମାସ ଠାରୁ ବନ୍ଦ କରିବାକୁ ନେଇଥିବା   ନିଷ୍ପତି
ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଯୋଜନାରେ ସମଗ୍ର ଭାରତବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ
ବଳରେ ୮୧ କୋଟି ୩୫ ଲକ୍ଷ ଗରିବ, ବେରୋଜଗାର ଲୋକ ମାସିକ ମୁଣ୍ଡପିଛା ୫ କେଜି କରି
ଅଧିକ ଚାଉଳ ବା ଖାଦ୍ୟଶସ୍ୟ ମାଗଣାରେ ପାଉଥିଲେ । ମୋଦୀ ସରକାରଙ୍କ ଚଗଏକଇଣ
ଯୋଜନା ବନ୍ଦ କରିବା ଫଳରେ ହିତାଧିକାରୀମାନେ ଜାନୁୟାରୀ ଠାରୁ ମାସକୁ ୧୦କେଜି ପରିବେ ର୍
୫କେଜି ଚାଉଳ ପାଇବେ, ୫ଜଣ ସଦସ୍ୟ ବିଶିଷ୍ଠ ଗୋଟିଏ ପରିବାରକୁ ଅତିରିକ୍ତ ୭୫୦ଟଙ୍କା
(୨୫ଙ୍ଘ୩୦)ର ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡିବ । ଜାନୁୟାରୀ ୨୩ରୁ ଡିସେମ୍ବର ୨୩ମଧ୍ୟରେ
୯,୦୦୦ଟଙ୍କାର ଅର୍ଥ ପିଡା ଭୋଗିବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ୮୧ କୋଟି ୩୫ ଲକ୍ଷ
ଲୋକଙ୍କ ପାଇଁ ଏକ ଉପହାସ ।
ପ୍ରତେକ ରେସନକାର୍ଡ ଧାରୀ ଗୋଟିଏ ପକ୍ଷରେ ମାଗଣା ଚାଉଳ ଯୋଜନାରେ ୨୫ଟଙ୍କା
ଲାଭ ପାଉଥିବା ସ୍ଥଳେ ୨୫ କେଜି ଚାଉଳ କିଣି ମାସିକ ୭୫୦ ଟଙ୍କା କ୍ଷତି ସହିବେ । ଖାଦ୍ୟ
ନିରାପ । ଯୋଜନା ଲକ୍ଷ ଏହାଦ୍ୱାରା ବିଳମ୍ବିତ ହେବ । ଏଠାରେ ଉଲ୍ଲେଖ କରାଯାଇପାରେ କି
ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥା ହଙ୍ଗରୱାଚ୍ ଆକଳନ ଅନୁସାରେ ଭାରତବର୍ଷରେ ୮୦ଭାଗରୁ ଉର୍ଦ୍ଧ
ଲୋକ କୌଣସି ନା କୌଣସି କ୍ଷେତ୍ରରେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି । ବିଶ୍ୱ କ୍ଷୁଧା ସୂଚକାଙ୍କ,
୨୦୨୨ ଅନୁସାରେ ବିଶ୍ୱର ୧୨୧ଟି ରଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୧୦୭, ସୁତରାଂ ଦେଶରେ
କ୍ଷୁଧା ଅଛି ଓ ଦେଶବାସୀ କ୍ଷୁଧା କଷ୍ଠ ଭୋଗୁଛନ୍ତି । ଏହା ସ୍ପଷ୍ଟ ପ୍ରତିପାଦିତ ହେଉଛି । ଏହି ଯୋଜନାରେ
ପ୍ରତ୍ୟେକ ଗରିବ ପରିବାର ବାର୍ଷକ ୯ ହଜାର ଟଙ୍କା ଆର୍ଥିକ କଷ୍ଠ ଭୋଗିବା ସ୍ଥଳେ କେନ୍ଦ୍ର ସରକାର
୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ ସ ିତ କରିବେ । ବାସ୍ତବରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର
ହିତାଧିକାରୀ ନୁହନ୍ତି ବରଂ କେନ୍ଦ୍ର ସରକାର ଲାଭବାନ ହେବେ । ନୂଆ ବର୍ଷରେ ଗରିବମାନଙ୍କର
ମାସିକ ଚାଉଳ କାଟି କେନ୍ଦ୍ରସରକାର ଗରିବ ବିରୋଧି ଚରିତ୍ରର ପ୍ରମାଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ
ଶ୍ରୀଯୁକ୍ତ ମୋଦୀ ୮୧କୋଟି୩୫ଲକ୍ଷ ଗରିବ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଗରିବ କଲ୍ୟାଣ ଯୋଜନା
ଲାଗୁ କରିବାକୁ କଂଗ୍ରେସ ଦାବି କରୁଛି, ରାଜ୍ୟ ସରକାର କେବଳ କେନ୍ଦ୍ରକୁ ଦୋଷ ଦେଇ ହାତ
ଟେକିଦେବା ଦଃଖଦାୟକ । ରାଜ୍ୟ ଖାଦ୍ୟ ନିରାପତା ଯୋଜନାରେ ମତ୍ର ୮କୋଟି ୯ଲକ୍ଷ ଲୋକଙ୍କୁ
ମାସକୁ ମୁଣ୍ଡପିଛା ୫କେଜି କରି ମାଗଣା ଚାଉଳ ଯୋଗାଇଦେବାର ଯୋଜନା ଯଥେଷ୍ଟ ନୁହେଁ ।
ରାଜ୍ୟର ଖାଦ୍ୟ ନିରାପତା ଯୋଜନାରେ ଅର୍ନ୍ତଭୁକ୍ତ ୩କୋଟି ୨୫ ଲକ୍ଷ ଗରିବ ଲୋକମାନଙ୍କ ପାଇଁ
ସ୍ୱତନ୍ତ୍ର ଚାଉଳ ଯୋଗାଣ ÷ଯୋଜନା ଘୋଷଣା କରନ୍ତୁ ବୋଲି ପିସିସି ମିଡିଆ ତଥା ଗଣ ମାଧ୍ୟମ ଅଧ୍ୟକ୍ଷ
ଗଣେଶ୍ୱର ବେହେରା ଏକ ପ୍ରେସ ରିଲିଜରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking