ନୂଆଦିଲ୍ଲୀ: ଜାତୀୟ ଯାଞ୍ଚ୍ ଏଜେନ୍ସି (ଏନ୍ଆଇଏ) ମଙ୍ଗଳବାର ପ୍ରତିବନ୍ଧିତ ସଂଗଠନ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୧୭ ଠିକଣାରେ ଚଢ଼ଉ କରିଛି । ମିଡିଆ ରିପୋର୍ଟ ଅନୁସାରେ ଏନ୍ଆଇଏ ଅଧିକାରୀ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାରରେ ତଲାସୀ ନେଇଛନ୍ତି । କେନ୍ଦ୍ର ସରକାର ଗତବର୍ଷ ସେପ୍ଟେମ୍ବରରେ ଅଧିସୂଚନା ଜାରିକରି ପିଏଫ୍ଆଇକୁ ୫ ବର୍ଷ ପାଇଁ ବ୍ୟାନ୍ ଘୋଷଣା କରିଥିଲେ । ଏହି ସଂଗଠନ ବିରୋଧରେ ଆଇଏସ୍ଆଇଏସ୍ ପରି ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ସହିତ ସମ୍ପର୍କ ରଖିବା, ଆତଙ୍କୀ ଫଣ୍ଡିଂ ଏବଂ ହିଂସାକାଣ୍ଡରେ ସାମିଲ ହେବା ଅଭିଯୋଗ ରହିଛି ।
ଆଜି ପ୍ରବଳ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ୩୦ପର୍ଯ୍ୟନ୍ତ କାଳବୈଷାଖି ପ୍ରଭାବରେ ପାଗ କୋହଲା ରହିବ