18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶ୩ ମାସ ଶିଶୁର ଜୀବନ ସହ ଖେଳ

୩ ମାସ ଶିଶୁର ଜୀବନ ସହ ଖେଳ

ଭୋପାଳ: ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ଏବେବି ବାହାରି ପାରୁନି ମଣିଷ । ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ ଉପରେ ଲୋକେ ବିଶ୍ୱାସ କରୁଛନ୍ତି । ଚିକିତ୍ସା ପରିବର୍ତ୍ତେ କେଉଁଠି ଝଡାଫୁଙ୍କାକୁ ଆପଣାଉଛନ୍ତି ତ ଆଉ କେଉଁଠି ଚେଙ୍କ ଉପରେ ଭରସା କରାଯାଉଛି । ହେଲେ ଏହି ଅନ୍ଧବିଶ୍ୱାସ ଯୋଗୁ ଅନେକ ଜୀବନ ଚାଲି ଯାଉଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନ୍ଧବିଶ୍ୱାସ ଯୋଗୁ ୩ ମାସ ଶିଶୁର ଜୀବନ ଚାଲି ଯାଇଛି । ସୂଚନା ଅନୁଯାୟୀ, ଆଦିବାସୀ ଅଧ୍ୟ୍ୟୁଷିତ ଶହଡୋଲ ଜିଲ୍ଲାରେ ନିମୋନିଆରେ ଆକ୍ରାନ୍ତ ୩ ମାସର ଶିଶୁକୁ ସୁସ୍ଥ ଲାଗି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ପେଟରେ ଥରେ କି୨ ଥର ନୁହେଁ ୫୧ ଥର ଗରମ ଲୁହା ଚେଙ୍କ ଦିଆଯାଇଥିଲା ।

ଏହାଦ୍ୱାରା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ପରେ ପରିବାର ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଶହଡୋଲ ଜିଲ୍ଲାର ସିଂହପୁର କଠୌତିଆର ୩ ମାସର ଶିଶୁ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ପରିବାର ଲୋକ ଚିକିତ୍ସା ବଦଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତିଙ୍କ ପାଖକୁ ନେଇଥିଲେ । ବ୍ୟକ୍ତି ଜଣକ ଔଷଧ ବଦଳରେ ଥରେ କି ୨ ଥର ନୁହେଁ ୫୧ ଥର ଶିଶୁକୁ ଗରମ ଲୁହା ଚେଙ୍କ ଦେଇଥିଲେ । ଏହାଦ୍ୱାରା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ଏହାପରେ ପରିବାର ଲୋକ ଶିଶୁକୁ ଶହଡୋଲ ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking