26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଘରେ ଲଗାନ୍ତୁ ମନିପ୍ଲାଣ୍ଟ ଗଛ : ବାସ୍ତୁଦୋଷ ହେବ ଦୂର

ଘରେ ଲଗାନ୍ତୁ ମନିପ୍ଲାଣ୍ଟ ଗଛ : ବାସ୍ତୁଦୋଷ ହେବ ଦୂର

ନୂଆଦିଲ୍ଲୀ: ମନିପ୍ଲାଣ୍ଟ ଏହି ଗଛର ନାମରୁ ହିଁ ଜଣାଯାଏ ଏହାକୁ ଲଗାଇବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ-ସମୃଦ୍ଧି ରହିଥାଏ। ଧନର ଆଗମନ ସହ ଧନ ପ୍ରାପ୍ତି ପାଇଁ ଲୋକେ ଏହାକୁ ଘରେ ଲଗାଇ ଥାଆନ୍ତି। ସେଭଳି କିଛି ଲୋକେ ଏପରି ମଧ୍ୟ କହିଥାଆନ୍ତି ଏହି ଗଛ ଲଗାଇବା ପରେ ମଧ୍ୟ ସୁଫଳ ମିଳୁ ନାହିଁ। ତେବେ ଏହା ପଛରେ କିଛି କାରଣ ରହିଛି। ଆପଣଙ୍କର ଯଦି ଏହି ସମସ୍ୟା ରହିଛି, ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ସୁଫଳ ସହ ଏହି ସମସ୍ୟା ଦୂର ହେବ। ଜାଣନ୍ତୁ..

ମନିପ୍ଲାଣ୍ଟକୁ ଘରର ଦକ୍ଷିଣ-ପୂର୍ବ ଦିଗ ମଧ୍ୟରେ ଲଗାଇବା ଉଚିତ୍‌‌। ଏହାକୁ ଘର ବାହାରେ ନୁହେଁ ବରଂ ଘର ଭିତରେ ଲଗାନ୍ତୁ। ଏହା ଦ୍ୱାରା ଗଛ ସଠିକ୍‌‌ ଭାବେ ବଢିଥାଏ। ଗଛରେ ପତ୍ର ଶୁଖିବା ମାତ୍ରେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ।ପ୍ରତ୍ୟେକ ଶୁକ୍ରବାରରେ ମନିପ୍ଲାଣ୍ଟ ଗଛରେ ପାଣିରେ କଞ୍ଚା କ୍ଷୀର ମିଶାଇ ଗଛମୂଳରେ ଢାଳନ୍ତୁ। ଏହାଦ୍ୱାରା ଧନର ଦେବୀ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଗଛ ମୂଳରେ ଏକ ଲାଲ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର ହୋଇଥାଏ।

ସକାଳେ ଶୀଘ୍ର ଉଠି ଓ ସ୍ନାନ କରିବା ପରେ ଗଛ ମୂଳରେ କ୍ଷୀର ଢାଳନ୍ତୁ। ଏହି ଉପାୟ ଆପଣାଇବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଏହାସହ ଧ୍ୟାନ ଦେବେ ଏହି ଗଛ ଯେପରି ଉପର ଆଡକୁ ବଢୁଥିବ। ଘରେ କଦାପି ଶୁଖି ଯାଇଥିବା ମନିପ୍ଲାଣ୍ଟ ଗଛକୁ ରଖନ୍ତୁ ନାହିଁ। ଏହାଦ୍ୱାରା ଘରର ଉନ୍ନତି ହୋଇନଥାଏ। ଏହାକୁ ସର୍ବଦା ମାଟିପାତ୍ର କିମ୍ବା କାଚ ବୋତଲରେ ଲଗାଇବା ଉଚିତ୍‌‌।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking