27.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶକାନାଡାରେ ବିମାନ କ୍ରାଶ : ୬ ମୃତ, ଜଣେ ଗୁରୁତର

କାନାଡାରେ ବିମାନ କ୍ରାଶ : ୬ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ : କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, କାନାଡାର ଉପାନ୍ତ ଅଞ୍ଚଳରେ ଥିବା ଖଣି ଅଞ୍ଚଳକୁ ଏକ ବିମାନ ଯୋଗେ ୭ ଜଣ ଯାଉଥିଲେ । ମାତ୍ର ବିମାନଟି ଉଡ଼ିବାର କିଛି ସମୟ ପରେ ହଠାତ୍‌ ତାହା କ୍ରାଶ୍‌ କରିଥିଲା। ଫଳରେ ବିମାନରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ।ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ତାଙ୍କ ଅବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇ ପାରିନି। ଏହି ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ତଦନ୍ତକାରୀ ଟିମ୍‌ ଗଠିତ ହୋଇଛି। ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking