28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୮୧କୁ ବୃଦ୍ଧି

ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୮୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ବଡଧରଣର ବିମାନ ଦୁର୍ଘଟଣା ଆଜି ହୋଇଥିଲା । ଲ୍ୟାଣ୍ଡିଂ ବେଳେ ରନୱେରେ ଜଳିଲା ବିମାନ । ୪୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୮୫କୁ ବୃଦ୍ଧି ହୋଇଥିଲା , ବର୍ତ୍ତମାନ ସୁଦ୍ଧା ଏହା ୧୮୧ କୁ ବୃଦ୍ଧି ପାଇଛି । ତେବେ ବିମାନରେ ମୋଟ ୧୮୧ ଯାତ୍ରୀ ଥିବା ବେଳେ ଏବେ ଯାଏଁ ମୃତ୍ୟୁ ସଂଖ୍ୟା ୧୭୯କୁ ପହଞ୍ଚିଛି । ସୂଚନା ଅନୁଯାଇ, ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୧୮୧ ଯାତ୍ରୀ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ ସଂଖ୍ୟା ୧୮୧ ରେ ପହଞ୍ଚିଛି । ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା ଜେଜୁ ଏୟାର ବିମାନ । ରିପୋର୍ଟ ମୁତାବକ, ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ। ବିମାନଟି ବ୍ୟାଙ୍କକରୁ ଫେରୁଥିଲା। ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୨୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଲ୍ୟାଣ୍ଡିଂ ଗିଅରରେ ତ୍ରୁଟି ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି। କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସମୟରେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଏଥିରେ ଜଣେ ଯାତ୍ରୀ ଏବଂ ଜଣେ ଡ୍ରାଇଭର ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking