19.1 C
Bhubaneswar
Monday, January 12, 2026
Homeଓଡିଶାବିମାନ କ୍ରାସ: ୨ ଆହତଙ୍କୁ ମୁମ୍ବାଇ ଏୟାରଲିଫ୍ଟ

ବିମାନ କ୍ରାସ: ୨ ଆହତଙ୍କୁ ମୁମ୍ବାଇ ଏୟାରଲିଫ୍ଟ

ରାଉରକେଲା: ରାଉରକେଲା ବିମାନ କ୍ରାସ୍ ଘଟଣା । ୨ ଆହତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ଆହତ ଦୁଇ ଜଣ ନିଜ ଇଚ୍ଛାରେ ଏୟାରଲିଫ୍ଟ ହୋଇଥିବା ସୂଚନା ମିଳିଛି । ବାକି ୪ ଜଣଙ୍କ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି । ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟ ସହ ୪ ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇଛି । ସ୍ୱାମୀ ସୁନୀଲ ଅଗ୍ରଓ୍ୱାଲ ଏବଂ ସ୍ତ୍ରୀ ସବିତା ଅଗ୍ରଓ୍ୱାଲଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ବାକି ଦୁଇ ଜଣ କ୍ୟାପଟେନ୍‌ ନବୀନ ଖାଡେଙ୍ଗା ତରୁଣ ଶ୍ରୀବାସ୍ତବ ଏବଂ ଦୁଇ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଅନିତା ସାହୁଙ୍କ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଛି

ରାଉରକେଲା ବିମାନ ଦୁର୍ଘଟଣା: ଫୋର୍ସ ଲ୍ୟାଣ୍ଡିଂ ନେଇ ଡିଜିସିଏକୁ ସୂଚନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking