34.1 C
Bhubaneswar
Monday, September 30, 2024
Homeଓଡିଶାନକଲି କପଡ଼ାରେ ଅସଲି ବ୍ରାଣ୍ଡ୍ ଲଗାଇ କାରବାର ଯୋଜନା; ୩ ଆକାଉଣ୍ଟ ଫ୍ରିଜ୍‌, ମିଳିଲା ୧୭ଲକ୍ଷ

ନକଲି କପଡ଼ାରେ ଅସଲି ବ୍ରାଣ୍ଡ୍ ଲଗାଇ କାରବାର ଯୋଜନା; ୩ ଆକାଉଣ୍ଟ ଫ୍ରିଜ୍‌, ମିଳିଲା ୧୭ଲକ୍ଷ

ବଲାଙ୍ଗିର: ନକଲି କପଡ଼ା ଅସଲି ବ୍ରାଣ୍ଡ୍ ମାମଲାରେ ଗିରଫ ଅଭିଯୁକ୍ତ ରାଜେଶ ଲଖାନୀର ୩ଟି ବ୍ୟାଙ୍କ୍ ଆକଉଣ୍ଟ ଫ୍ରିଜ୍ ହୋଇଛି । ତିନିଟି ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା ରହିଛି । ରାୟପୁର ଓ କଲିକତାରୁ ନକଲି କପଡ଼ା ଆଣି ବିଭିନ୍ନ ବ୍ରାଣ୍ଡର ଟ୍ୟାଗ୍ ଲଗାଇ ବିକ୍ରି କରୁଥିଲେ ଲଖାନୀ ଗାର୍ମେଣ୍ଟସ୍ ମାଲିକ ରାଜେଶ ଲଖାନୀ । କେଉଁ କେଉଁ ଦୋକାନକୁ ଏଠାରୁ ଯାଉଥିଲା କପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି ।

ୠୁରୁବାର ଖଲିଆପାଲି ଗାଁରେ ଥିବା ରାଜେଶର କର୍ମଚାରୀ ପ୍ରକାଶ ବିଶ୍ୱାଳଙ୍କ ଘରେ ଚଢ଼ଉ କରି ଟାଉନ୍ ଥାନା ପୁଲିସ ୧୦ ଲକ୍ଷ ଟଙ୍କାର ବିଭିନ୍ନ ନକଲି ବ୍ରାଣ୍ଡର କପଡ଼ା ସହ ବ୍ରାଣ୍ଡେଡ୍ ଷ୍ଟିକର, ଜରି, କାଟୁନ୍‌, ବ୍ରାଣ୍ଡେଡ୍ ଷ୍ଟିୟରିଂ କରୁଥିବା ଆଇରନ୍ ସମେତ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ବିଭିନ୍ନ ସମାଗ୍ରୀ ଜବତ କରିଛି । ରାୟପୁର ଓ କଲିକତାରୁ ଶହେ ଦୁଇଶହ ଟଙ୍କାରେ ଆସୁଥିବା ପ୍ୟାଣ୍ଟ୍‌, ସାର୍ଟରେ ନାମିଦାମୀ କମ୍ପାନୀର ଷ୍ଟିକର ଲଗାଇ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କାରେ ବିକ୍ରି ହେଉଥିଲା । ଏହି ସବୁ କାରବାର କରିବାର ଦାୟିତ୍ୱ ତାଙ୍କ କର୍ମଚାରୀ ପ୍ରକାଶ ବିଶ୍ୱାଳକୁ ଦେଇଥିଲେ ରାଜେଶ ।

୧୦ ଲକ୍ଷ ଟଙ୍କାର କପଡ଼ାରେ ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲାଗଇ ଦେଢ଼ କୋଟି ଟଙ୍କାର କାରବାର ହୋଇଥାନ୍ତା ବୋଲି ପୁଲିସ ଜାଣିବାକୁ ପାଇଛି । ମୁମ୍ବାଇର ତ୍ରିନିତ୍ରୀ କମ୍ପାନୀ କର୍ମଚାରୀ ଦୀପେଶ ଗୁପ୍ତାଙ୍କ ଅଭିଯୋଗ ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା । ତେବେ ଅଭିଯୁକ୍ତ ରାଜେଶ ନକଲି କାରବାର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ତାହାକୁ ନେଇ ବଲାଙ୍ଗିର ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ତଦନ୍ତ ଆରମ୍ଭ କରୁଛି । ପୂର୍ବରୁ ଲଖାନୀ ଗାର୍ମେଣ୍ଟ ମାଲିକ ରାଜେଶ ଲଖାନୀକୁ ଗିରଫ କରି ଜେଲ୍ ପଠାଇଥିଲା ପୁଲିସ୍ । ରାଜେଶ ଲଖାନୀର ସୁଦପଡା ଗୋଦାମରୁ ୪୩ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡ କପଡା ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking