21.1 C
Bhubaneswar
Saturday, February 14, 2026
Homeଖେଳପିକେଏଲ୍ ୧୧: ସାଗର ତାମିଲ ଥାଲାଇଭାସ୍ କ୍ୟାପ୍‌ଟେନ୍

ପିକେଏଲ୍ ୧୧: ସାଗର ତାମିଲ ଥାଲାଇଭାସ୍ କ୍ୟାପ୍‌ଟେନ୍

ଚେନ୍ନାଇ: ପ୍ରୋ କବାଡ଼ି ଲିଗ୍ (ପିକେଲ୍‌)ର ଆଗାମୀ ୧୧ଶ ସିଜନ୍ ପାଇଁ ତାମିଲ ଥାଲାଇଭାସ୍ ମଙ୍ଗଳବାର ସାଗରଙ୍କୁ ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରିଛି। ଚେନ୍ନାଇ ଆଧାରିତ ଫ୍ରାଞ୍ଚାଇଜି ଏହି ଡିଫେଣ୍ଡରଙ୍କୁ ଆଗାମୀ ସିଜନ୍ ପୂର୍ବରୁ ରିଟେନ୍ କରିଥିଲା ଏବଂ ଏବେ ଟିମ୍‌ର ନେତୃତ୍ୱ ପ୍ରଦାନ କରିଛି। ଗତ ସିଜନ୍‌ରେ ସାଗର ଟିମ୍‌ର କ୍ୟାପ୍‌ଟେନ୍ ଥିଲେ ମଧ୍ୟ ଆଘାତ କାରଣରୁ ଛଅଟି ମ୍ୟାଚ୍‌ରେ ଖେଳିପାରି ନଥିଲେ। ଆହତ ସତ୍ତ୍ୱେ ରୋହତକ୍‌ର ଏହି ଡିଫେଣ୍ଡର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ୬୭ ପଏଣ୍ଟ ହାସଲ କରି ଟିମ୍‌କୁ ସହାୟତା କରିଥିଲେ। ଆହତ କାରଣରୁ କ୍ୟାପ୍‌ଟେନ୍ ପୱନ ଶେରାୱତ୍‌ଙ୍କ ଅନୁପସ୍ଥିତିରେ ପିକେଏଲ୍‌ର ନବମ ସିଜନ୍‌ରେ ଥାଲାଇଭାସ୍‌ର ସେମିଫାଇନାଲ୍ ପ୍ରବେଶରେ ସାଗର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆଗାମୀ ସିଜନ୍ ପାଇଁ ଫ୍ରାଞ୍ଚାଇଜି ଉଦୟ କୁମାରଙ୍କୁ ମୁଖ୍ୟ କୋଚ୍ ଏବଂ ଧରମରାଜ ଜେରାଲାଥନ୍‌ଙ୍କୁ ଷ୍ଟ୍ରାଟେଜି କୋଚ୍ ନିଯୁକ୍ତ କରିସାରିଛି। କୌଣସି ଏକ ଟିମ୍ ଦୁଇଜଣ କୋଚ୍‌ଙ୍କ ସହ ଟୁର୍ଣ୍ଣାମେଣ୍ଟ୍‌କୁ ଓହ୍ଲାଇବା ପିକେଏଲ୍ ଇତିହାସରେ ଏହା ପ୍ରଥମ ଘଟଣା। ପିଜେଏଲ୍ ୧୧ ଅକ୍ସନ୍‌ରେ ଥାଲାଇଭାସ୍ ରେଡର୍ ସଚିନ୍‌ଙ୍କୁ ୨.୧୫ କୋଟି ଟଙ୍କାରେ ନିଜ ସହିତ ସାମିଲ କରିଛି। ଏହା ସହିତ ସଚିନ୍ ପିକେଏଲ୍ ଇତିହାସରେ ଦ୍ୱିତୀୟ ଦାମୀ ଭାରତୀୟ ଖେଳାଳି ହୋଇଛନ୍ତି। ଗତ ସିଜନ୍‌ରେ ତାମିଲ ଥାଲାଇଭାସ୍ ୨୨ ମ୍ୟାଚ୍‌ରୁ ୯ ବିଜୟ ସହ ନବମ ସ୍ଥାନରେ ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking