ନୂଆଦିଲ୍ଲ: ଦିଲ୍ଲୀର ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାର ୧୯୮୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପିକେ ଗୁପ୍ତାଙ୍କୁ ଦିଲ୍ଲୀର ନୂଆ ମୁଖ୍ୟ ସଚିବ ନିଯୁକ୍ତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଛନ୍ତି । ୧୯୮୭ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ନରେଶ କୁମାର ଏବେ ଦିଲ୍ଲୀର ମୁଖ୍ୟ ସଚିବ ଅଛନ୍ତି । ସେ ୨୦୨୨ ଏପ୍ରିଲ୍ ୨୦ରୁ ଏହି ପଦରେ ରହିଛନ୍ତି ।
କରୋନା ମହାମାରୀ ଅବସରରେ ଦିଲ୍ଲୀ ସରକାର ୨୦୨୦ରେ ପିକେ ଗୁପ୍ତାଙ୍କୁ ନୋଡାଲ୍ ଅଫିସର୍ ନିଯୁକ୍ତ କରିଥିଲେ । ପ୍ରବାସୀ ଶ୍ରମିକ ଏବଂ ଦିଲ୍ଲୀରେ ଫସି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ଘରକୁ ପଠାଇବାରେ ସହାୟତା କରିବା ନିମନ୍ତେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।