15.1 C
Bhubaneswar
Thursday, December 18, 2025
Homeଓଡିଶାଗୁଣିଗାରେଡ଼ି ସନ୍ଦେହରେ ପିଉସୀକୁ ତୀରମାଡ଼

ଗୁଣିଗାରେଡ଼ି ସନ୍ଦେହରେ ପିଉସୀକୁ ତୀରମାଡ଼

କାମାକ୍ଷାନଗର: କଙ୍କଡ଼ାହାଡ଼ ଥାନା ପିତଳଧୁଆ ଗ୍ରାମ ଝରଣା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ସମ୍ପର୍କୀୟ ପିଉସୀକୁ ତୀର ମାରି ପୁତୁରା ହତ୍ୟା କରିଛି। ମୃତକ ଜଣକ ହେଲେ ସେହି ଗ୍ରାମର ସୁନ୍ଧୁ ସିଙ୍କୁ (୭୦)। ଘଟଣାରୁ ପ୍ରକାଶ, ଶନିବାର ସକାଳ ୧୦ଟାରେ ପିଉସୀ ସୁନ୍ଧୁ ନିଜ ଘରେ ଥିବାବେଳେ ପୁତୁରା ଦାମୋଦର ପୂର୍ତ୍ତି ହଠାତ୍ ଘରେ ପଶି ତୀର ମାରିଥିଲା। ତୀରଟି ସୁନ୍ଧୁଙ୍କ ଡାହାଣ ଛାତିରେ ବାଜିଥିବାବେଳେ ସେ ସେଠାରେ ଟଳି ପଡ଼ିଥିଲେ।

ଏହା ଦେଖି ଘରେ ଥିବା ତାଙ୍କ ସ୍ୱାମୀ ଓ ଝିଅ ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା। ପରେ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକଙ୍କଠାରୁ ସୂଚନା ପାଇ କାମାକ୍ଷାନଗର ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର ଓ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିବାବେଳେ ହତ୍ୟାରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଛନ୍ତି। ତେବେ ପୂର୍ବରୁ ସୁନ୍ଧୁ ଓ ଦାମୋଦରଙ୍କ ମଧ୍ୟରେ କୌଣସି ବଚସା କିମ୍ବା ଗଣ୍ଡଗୋଳ ହୋଇନଥିବାବେଳେ ସୁନ୍ଧୁ ଗୁଣିଗାରେଡ଼ି କରୁଥିବା ଓ ଡାହାଣୀ ହୋଇଥିବା ନେଇ ଦାମୋଦର ସନ୍ଦେହ କରୁଥିବା ଜଣାପଡ଼ିଛି। ସେଥିପାଇଁ ସୁନ୍ଧୁଙ୍କୁ ଦାମୋଦର ହତ୍ୟା କରିଥିବା ନେଇ ତାଙ୍କ ଝିଅ ପ୍ରକାଶ କରିଛନ୍ତି। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଥିବାବେଳେ ପରିବାର ଲୋକଙ୍କ ଅଭିଯୋଗକ୍ରମେ ହତ୍ୟା ଅଭିଯୁକ୍ତ ଦାମୋଦରକୁ ଅଟକ ରଖି ଅଧିକ ପଚରାଉଚୁରା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking