26.1 C
Bhubaneswar
Sunday, July 6, 2025
Homeଦେଶ ବିଦେଶବିମାନ ଉଡାଇବାକୁ ମନାକଲେ ପାଇଲଟ୍‌; ୪୫ ମିନିଟ୍ ପର୍ଯ୍ୟନ୍ତ ଫସିରହିଲେ ଏକନାଥ

ବିମାନ ଉଡାଇବାକୁ ମନାକଲେ ପାଇଲଟ୍‌; ୪୫ ମିନିଟ୍ ପର୍ଯ୍ୟନ୍ତ ଫସିରହିଲେ ଏକନାଥ

ନୂଆଦିଲ୍ଲୀ: ଜଲଗାଓଁ ବିମାନବନ୍ଦରରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଏକ ଅଭାବନୀୟ ଘଟଣାର ସମ୍ମୁଖୀନ ହେବାକୁ ପଡିଛି । ରିପୋର୍ଟ ଅନୁସାରେ ସେ ନିଜର ଏକ ବିମାନ ଯୋଗେ କେଉଁ ଏକ ଅଞ୍ଚଳକୁ ଗସ୍ତ କରିବାର ଥିଲା । କିନ୍ତୁ ଠିକ୍ ଏହି ସମୟରେ ବିମାନର ପାଇଲଟ୍ ଉଡାଣ ଭରିବାକୁ ମନା କରିଦେଇଥିଲେ । ପାଇଲଟ୍ କହିଥିଲେ ଗତ ୧୨ ଘଣ୍ଟା ଧରି ସେ ନିୟମିତ ଭାବେ ବିମାନ ଉଡାଉଛନ୍ତି । ସେ ଏବେ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି । ତେଣୁ ସେ ବିମାନ ଉଡାଇପାରିବେ ନାହିଁ । ପାଇଲଟ୍‌ଙ୍କ ଏପ୍ରକାର ଜବାବ ଏବଂ ସ୍ୱାସ୍ଥ୍ୟଗତ କାରଣ ପାଇଁ ଉପମୁଖ୍ୟମନ୍ତ୍ରୀ ସେହି ବିମାନବନ୍ଦରରେ ହିଁ ଦୀର୍ଘ ୪୫ ମିନିଟ୍ ଧରି ଫସିରହିଥିଲେ ।

ପରେ ଅବଶ୍ୟ ପାଇଲଟ୍ ଯେଉଁ ଏୟାରଲାଇନ୍ସ ସହ ଅନୁବନ୍ଧିତ ରହିଛନ୍ତି ଉକ୍ତ ଏୟାରଲାଇନ୍ସର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରାଯାଇଥିଲା କିନ୍ତୁ ପାଇଲଟଜଣକ ଏୟାରଲାଇନ୍ସର ଅର୍ଡର ମାନିବାକୁ ମଧ୍ୟ ମନା କରିଦେଇଥିଲେ । ପରେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜେ ପାଇଲଟ୍‌ଙ୍କ ସହ କଥା ହୋଇଥିଲେ । ଏହାପରେ ଯାଇ ପାଇଲଟ୍ ବିମାନ ଉଡାଇବାକୁ ରାଜି ହୋଇଥିଲେ । ତେବେ ଏସବୁ ଡ୍ରାମା ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଶୁକ୍ରବାର ଏକନାଥ ଶିନ୍ଦେ ମୁକ୍ତାଇନଗର ଗସ୍ତରେ ଥିଲେ । ଗସ୍ତ ପରେ, ଯେତେବେଳେ ସେ ମୁମ୍ବାଇ ଫେରିବା ପାଇଁ ଜଳଗାଓଁ ବିମାନବନ୍ଦରରେ ପହଞ୍ôଚଥିଲେ ଠିକ୍ ଏହି ସମୟରେ ତାଙ୍କ ସହ ଏପରି କିଛି ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking