ନୂଆଦିଲ୍ଲୀ: ମହାରାଷ୍ଟ୍ର ନାନ୍ଦେଡ ସ୍ଥିତ ଡ. ଶଙ୍କରରାଓ ଚୌହ୍ୱାନ ମେଡିକାର କଲେଜ ଏବଂ ହସ୍ପିଟାଲର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ। ଏଠାରେ ଦୁଇ ଦିନରେ ୪୮ ରୋଗୀଙ୍କର ମୃତ୍ୟୁ ଘଟି ସାରିଥିଲେ ବି ସ୍ୱଚ୍ଛତାକୁ ଯେପରି ଫୁ କରିଦେଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। କାରଣ ଏପରି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେ କେହିବି ଛିଃ ଛିଃ କହିବ।
ଡାକ୍ତରଖାନା କ୍ୟାଣ୍ଟିନ ନିକଟରେ ଥିବା ଏକ ନାଳରେ ଘୁଷୁରିମାନେ ବୁଲାବୁଲି କରୁଛନ୍ତି, ଯାହା ଅତ୍ୟନ୍ତ ଅପରିଷ୍କାର। ଆଉ ଏହିଠାରେ ହିଁ ରୋଗୀଙ୍କ ସମ୍ପର୍କୀୟ ଦାନ୍ତ ଘଷୁଛନ୍ତି, ବାସନ ମାଜୁଛନ୍ତି। ଗାଁ ସୁନ୍ଦର ଧୋବା ତୁଠରୁ ଭଳି ଯଦି ଡାକ୍ତରଖାନା ବାହାରେ ଏପରି ଚିତ୍ର ତେବେ ଭିତରେ ସ୍ୱଚ୍ଛତାକୁ ନେଇ କେତେ ଗୁରୁତ୍ୱ ଦିଆଯାଉଥିବ ତାହା ଏଥିରୁ ଅନୁମେୟ।
ହାରାଷ୍ଟ୍ର ଏହି ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟାରେ ୨୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏଥିରେ ୧୬ରୁ ଅଧିକ କମ୍ ବୟସର ପିଲା ଏବଂ ନବଜାତ ଶିଶୁ ଅଛନ୍ତି। ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ପାଇଁ ଡାକ୍ତରଖାନାର ଅବହେଳାକୁ ଦାୟୀ କରାଯାଉ ଥିବାବେଳେ ଏହାକୁ ଖଣ୍ଡନ କରିଥିଲେ ଡିନ୍। ପର୍ୟ୍ୟାପ୍ତ ଔଷଧ, ଡାକ୍ତର ଅଛନ୍ତି। କିନ୍ତୁ ରୋଗୀଙ୍କ ଶରୀରରେ ଚିକିତ୍ସା କାମ ଦେଉନଥିବାରୁ ମୃତ୍ୟୁ ଘଟୁଥିବା ସେ କହିଥିରେ।
ଯଦି ଏପରି ପରିବେଶରେ ଡାକ୍ତରଖାନା ରହେ, ତେବେ ରୋଗୀଙ୍କ ଶରୀରରେ କିପରି ଔଷଧର ପ୍ରତିକ୍ରାୟା ପଡିବ, ଏହା ଏକ ମୁଖ୍ୟ ପ୍ରଶ୍ନ। ମହାରାଷ୍ଟ୍ର ଭଳି ଜନ ବହୁଳ ସହରରେ ଏପରି ଅବ୍ୟବସ୍ଥା ନିଶ୍ଚିତ ରୂପେ ନିନ୍ଦନୀୟ।