ରାଜସ୍ଥାନ: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା । ହୁତୁ ହୁତୁ ହୋଇ ଜଳିଗଲା ପିକ୍ଅପ୍ ଟ୍ରକ୍ । ଏହି ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆଗତ ହୋଇଛନ୍ତି । ରାଜସ୍ଥାନର ରାଇନି ଥାନା ଅଞ୍ଚଳରେ ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସୱେର ଚ୍ୟାନେଲ ନମ୍ବର ୧୩୧.୫ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ବାହାଦୁରଗଡ (ହରିୟାଣା), ଦୀପେନ୍ଦ୍ର (ମଧ୍ୟପ୍ରଦେଶ) ଏବଂ ପଦମ ( ମଧ୍ୟପ୍ରଦେଶ) । ଆହତ ଡ୍ରାଇଭରଙ୍କୁ ହରିୟାଣା ସ୍ଥିତ ଝଞ୍ଜରର ବାସିନ୍ଦା ହନି ବୋଲି ଚିହ୍ନଟ କରାଯାଇଛି । ସୂଚନା ପାଇବା ପରେ ରାଇନି ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ମୃତଦେହଗୁଡ଼ିକୁ ରାଇନି ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପିକଅପ୍ ଗାଡିର ପଞ୍ଜିକରଣ ନମ୍ବର ଆଧାରରେ, ଏହା ହରିୟାଣାର ଝାଜ୍ଜରର ବୋଲି ଚିହ୍ନଟ ହୋଇଛି। ଅଧିକ ତଥ୍ୟ ପାଇଁ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।










