28.1 C
Bhubaneswar
Thursday, September 19, 2024
Homeଓଡିଶାପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେତନଟୀ : ଜାତୀୟ ରାଜପଥ ୧୮ନଂ ପାର୍ଶ୍ୱଦାନ୍ତିଆମୁହାଁ ଉପକଣ୍ଠ କରଞ୍ଜିଆ ଜଙ୍ଗଲରୁ ଜନୈକ ବୃଦ୍ଧା ଝୁଲନ୍ତା ମୃତଦେହ ଶନିବାର ଆପରାହ୍ନରେ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ନିକଟସ୍ଥ ଦାନ୍ତିଆ ମୁହାଁ ଗ୍ରାମର ସତୀଶ ଚନ୍ଦ୍ରଦେଓ(୬୫) । ସୁଚନା ଅନୁସାରେ ଦାନ୍ତିଆ ମୁହାଁ ହାଇସ୍କୁଲରେ ସତୀଶ ଚନ୍ଦ୍ର ପିଅନ ଚାକିରିରୁ ପ୍ରାୟ ୪-୫ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ଦୁଇଟି ପତ୍ନୀ ଥିବାବେଳେ ପାରିବାରିକ ସମସ୍ୟା ପାଇଁ ମାନସିକ ଚାପଗ୍ରସ୍ତ ରହୁଥିଲେ । ସେ ଗୁରୁବାର ଘରୁ ବାହାରି ଆସିଥିବାବେଳେ କରଞ୍ଜିଆ ଜଙ୍ଗଲରେ ସ୍ଥାନୀୟ ଲୋକେ ଝୁଲନ୍ତ ମୃତଦେହ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଏକ ବିଷବୋତଲ ସହିତ ଛୁରୀ ଏବଂ ଏକ ପଲିଥିନ୍ ଭିତରେ କିଛିକାଗଜପତ୍ର ଥିବାର ଦେଖିବାକୁ ମିଳିଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିପାଶ୍ୱର୍ିକ ସ୍ଥିତିରୁ ସେ ବିଷ ପିଇବା ପରେ ଫାଶୀଦେଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking