ଭଦ୍ରକ : ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ତାଙ୍କ ଘରୁ ହାର୍ଡ ଡିସ୍କ ଜବତ କରିଛି ଚାନ୍ଦବାଲି ପୋଲିସ । ତାକୁ ସେଣ୍ଟ୍ରାଲ ଫରନ୍ସିକ୍ ସାଇଣ୍ଟିଫିକ୍ ଲ୍ୟାବ୍ କୋଲକତାକୁ ପଠାଯିବ । ସେଥିରେ କ’ଣ ତଥ୍ୟ ରହିଛି ତାହା ଲ୍ୟାବ ରିପୋର୍ଟ ଆସିବା ପରେ ଜଣାପଡିବ । ଏପଟେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ୱେବ ଚାନେଲ ମାଲିକାଣୀ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ଖୋଜୁଛି ପୋଲିସ । ସେମାନଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ବାହାର ରାଜ୍ୟରେ ଡେରା ପକାଇଛନ୍ତି । ୱେବ ଚ୍ୟାନେଲ ମାଲିକାଣୀ ଓ ତାଙ୍କ ସହଯୋଗୀ ଏବଂ ଅନ୍ୟ ଜଣେ ମହିଳା ରାଜ୍ୟ ବାହାରକୁ ଚାଲିଯାଇଥିବା ପୋଲିସ ସୁରାକ ପାଇଛି । ଏହି ଆଧାରରେ ପୋଲିସ ତଦନ୍ତ ଚଳାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ଆଣି କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା ଚାନ୍ଦବାଲି ପୋଲିସ । କିପରି ଅପହରଣ କରାଯାଇ ହତ୍ୟା କରାଯାଇଥିଲା ସେନେଇ ଡେମୋ ଦେଖାଇଛନ୍ତି ୩ ଅଭିଯୁକ୍ତ । ଅନ୍ୟପଟେ ଊଘଇ ଟେଷ୍ଟ ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ମାନସଙ୍କୁ ହତ୍ୟା ପଛରେ ଅଶ୍ଳୀଳ ଭିଡିଓ ଲିଙ୍କକୁ ସନ୍ଦେହ କରାଯାଇଛି । ତାକୁ ଖୋଜୁଛି ପୋଲିସ । ସୁନ୍ଦରପଦା ଦୟାଲ ଆଶ୍ରମରେ ମାନସଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିଲା । ମୃତଦେହକୁ ନଷ୍ଟ କରିବା ପାଇଁ ୮ଟି ଜାଗା ଖୋଳିଥିଲେ ଅଭିଯୁକ୍ତ । ପରେ ରଣପୁର ନେଇ ସେଠାରେ ପୋତି ଦେଇଥିଲେ ।