27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆଡମିଟ୍ କାର୍ଡରେ ସନି ଲିଓନଙ୍କ ଫଟୋ

ଆଡମିଟ୍ କାର୍ଡରେ ସନି ଲିଓନଙ୍କ ଫଟୋ

ନୂଆଦିଲ୍ଲୀ: ପରୀକ୍ଷା ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନି ଲିଓନ ଫଟୋ । ଉତ୍ତରପ୍ରଦେଶ ପୋଲିସ୍ କନେଷ୍ଟବଲ ଭର୍ତ୍ତି ପାଇଁ ଜାରି ହୋଇଥିବା ଆଡମିଟ୍ କାର୍ଡରେ ଆଇଟମ୍ ଗାର୍ଲ ସନି ଲିଓନଙ୍କ ନାଁ ସହିତ ଫଟୋ ଆସିଛି । ଯାହା ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି । ଏହି ଆଡମିଟ୍ କାର୍ଡରେ ଫେବ୍ରୁଆରୀ ୧୭ ତାରିଖରେ ପରୀକ୍ଷା ରହିଥିଲା । ଉତ୍ତରପ୍ରଦେଶ ପୋଲିସ୍ କନେଷ୍ଟବଲ ଭର୍ତ୍ତି ପାଇଁ ୨,୩୮୫ଟି ପଦବୀରେ ବିଜ୍ଞପ୍ତୀ ବାହାରିଥିଲା । ଏନେଇ ବହୁ ସଂଖ୍ୟାରେ ଆଶାୟୀ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲେ । ଏଥିରେ କେହି ଆବେଦନକାରୀ ସନି ଲିଓନଙ୍କ ଫଟୋ ସହିତ ଆବେଦନ କରିଥିବା କୁହାଯାଉଛି ।

ତେବେ ୟୁପିପିଆରବି ପକ୍ଷରୁ ୧୭ ଫେବ୍ରୁଆରୀରେ ପରୀକ୍ଷା ପାଇଁ ଜାରି ହୋଇଥିବା ଆଡମିଟ୍ କାର୍ଡରେ ସନି ଲିଓନଙ୍କ ନାଁ ଏବଂ ଫଟୋ ଥିବା ଏକ ପ୍ରବେଶ ପତ୍ର ଆସିଛି । ଆଡମିଟ୍ ଅନୁଯାୟୀ, ଅଭିନେତ୍ରୀ ସନିଙ୍କ ପରୀକ୍ଷା କେନ୍ଦ୍ର ଶ୍ରୀମତି ସୋନିଶ୍ରୀ ମେମୋରିଆଲ୍ ଗର୍ଲ କଲେଜ ରହିଥିଲା । ଏହାପୂର୍ବରୁ ଏକ ୟୁନିଭରସିଟି ପରୀକ୍ଷାରେ ସନି ଲିଓନଙ୍କ ନାଁରେ ଏକ ଆଡମିଟ୍ କାର୍ଡ ଆସିଥିଲା । ଯାହା ସେତେବେଳେ ଖୁବ୍ ଭାଇରାଲ୍ ହୋଇଥିଲା । ଏନେଇ ସନିଙ୍କୁ ପଚାରିବାକୁ ସେ କୌଣସି ବିଶ୍ବ ବିଦ୍ୟାଳୟରେ ପଢ଼ୁ ନାହାନ୍ତି କି ପରୀକ୍ଷା ଦେଉନାହାନ୍ତି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking