26.1 C
Bhubaneswar
Wednesday, October 23, 2024
Homeଓଡିଶାଝିଅକୁ ଦେଖା କରି ଘରକୁ ଫେରୁଥିଲେ, ଟ୍ରେନରୁ ଖସିପଡ଼ି ଚାଲିଗଲା ଜୀବନ

ଝିଅକୁ ଦେଖା କରି ଘରକୁ ଫେରୁଥିଲେ, ଟ୍ରେନରୁ ଖସିପଡ଼ି ଚାଲିଗଲା ଜୀବନ

ବଲାଙ୍ଗିର: ଝିଅ ପଢ଼ୁଥିଲା ରାଜଧାନୀରେ । ଝିଅକୁ ଦେଖା କରିବାକୁ ବାପା ଭୁବନେଶ୍ୱର ଯାଇଥିଲେ । ଝିଅକୁ ଦେଖା କରି ଟ୍ରେନରେ ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ଏହି ଦେଖା ତାଙ୍କର ଝିଅକୁ ଶେଷ ଦେଖା ହେବ ବୋଲି । କେଇ ମିନିଟରେ ସବୁକିଛି ଛାରଖାର ହୋଇଗଲା । ଚଳନ୍ତା ଟ୍ରେନରୁ ଖସିପଡି ଚାଲିଗଲା ବାପାଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ବଲାଙ୍ଗୀର ଲୋଇସିଂହା ଷ୍ଟେସନରେ ଘଟିଥିଲା ବେଳେ ମୃତ ବ୍ୟକ୍ତି ଜଣକ ହେଲେ ନୂଆପଡା ସିର୍ତ୍ତୋଲ ଗାଁର କେଶବ ମାଝୀ ।

କେଶବଙ୍କ ଝିଅ ଭୁବ     ନେଶ୍ୱରରେ ରହି ଏକ ଘରୋଇ କଲେଜରେ ପାଠ ପଢ଼ୁଥିବାବେଳେ ନୂଆଖାଇରେ ଘରେ ହୋଇଥିବା ପିଠାପଣା ନେଇ କେଶବ ଭୁବନେଶ୍ୱର ଆସିଥିଲେ ଝିଅକୁ ଦେଖା କରିବାକୁ । ଝିଅକୁ ଦେଖା କରିସାରି ଘରକୁ ଫେରିଲେ । ହେଲେ ଆଜି ଲୋଇସିଂହା ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସି ପଡିଥିଲେ କେଶବ । ଆଉ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ମୃତଦେହ ଉଦ୍ଧାର କରି ଜିଆରିପି ପୋଲିସ ବ୍ୟବଚ୍ଛେଦ ପାଇ ପଠାଇଛି । ଆଉ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking