ଭୁବନେଶ୍ୱର: କାମିଆ ଜାନି ବିବାଦକୁ ନେଇ ଭୁବନେଶ୍ୱର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡି ସରକାରଙ୍କ ମାନସିକତା କଳାପାହାଡ ମାନସିକତା । ମହାପ୍ରସାଦକୁ ମାର୍କେଟିଂ କଲେ ଲୋକେ କ୍ଷମା ଦେବେନାହିଁ । କାମିଆ ଗୋ ମାଂସ ଖାଆନ୍ତୁ, ନଖାଆନ୍ତୁ ତାହା ପ୍ରସଙ୍ଗ ନୁହେଁ । ସେ ଗୋ ମାଂସ ପ୍ରଚାର କରୁଛନ୍ତି, ଏଭଳି ବ୍ୟକ୍ତିଙ୍କୁ କିଭଳି ଶ୍ରରମନ୍ଦିରରେ ପୁରାଇଲେ । ପ୍ରଭାବଶାଳୀ ଲୋକେ ଓଡିଆ ସଭ୍ୟତାକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ଜଗନ୍ନାଥ ସଂସ୍କୃତି ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ବିଧାୟକ ସୂର୍ଯ୍ୟବଂଶୀ ସୁରଜ।