24.1 C
Bhubaneswar
Monday, March 23, 2026
Homeଅପରାଧଯୁବତୀଙ୍କ ଦୁଷ୍କର୍ମ ଭିଡିଓ ଶୁଟ୍ କରି ସୋଶାଲ ମିଡିଆରେ ଛାଡିଲେ ଲୋକେ

ଯୁବତୀଙ୍କ ଦୁଷ୍କର୍ମ ଭିଡିଓ ଶୁଟ୍ କରି ସୋଶାଲ ମିଡିଆରେ ଛାଡିଲେ ଲୋକେ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଘଟିଛି ଅଭାବନୀୟ ଘଟଣା । ବ୍ୟସ୍ତବହୁଳ ସଡ଼କରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ମଧ୍ୟପ୍ରଦେଶ ଉଜୈନୀର ସବୁଠୁ ବ୍ୟସ୍ତବହୁଳ ଅଞ୍ଚଳ କୋଏଲ ଫାଟକରେ ଏହି ଘଟଣା ଘଟିଛି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ଅଭିଯୁକ୍ତ ଲୋକେଶକୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ପୀଡ଼ିତା ଜଣକ ହେଉଛନ୍ତି ଜଣେ ଅଳିଆ ଗୋଟାଳି। ସେ ଅଭିଯୁକ୍ତ ଲୋକେଶଙ୍କୁ ଏହି ଅଞ୍ଚଳରେ ଭେଟିଥିଲେ। ଲୋକେଶ ତାଙ୍କୁ ବିବାହର ପ୍ରତିଶୃତି ଦେବା ସହ ସାଙ୍ଗରେ ନେବାକୁ କହିଥିଲେ। ଫଳରେ ଯୁବତୀ ଜଣକ ତାଙ୍କ କଥାରେ ବିଶ୍ୱାସ କରି ତାଙ୍କ ସହ ଯାଇଥିଲେ ଏହାପରେ ଲୋକେଶ ଯୁବତୀଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ। ମଦ ପିଇବା ପରେ ନିଶାସକ୍ତ ହୋଇଯିବାରୁ ଲୋକେଶ ତାଙ୍କୁ ରାସ୍ତାକଡରେ ଥିବା ଆଶ୍ରୟସ୍ଥଳକୁ ନେଇ ଦୁଷ୍କର୍ମ କରିଥିଲେ। ଏହା ପରେ ତାଙ୍କୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାର ଭିଡିଓ ସୁଟିଂ କରି ସୋଶାଲ ମିଡିଆରେ ସେୟାର କରିଛନ୍ତି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଲୋକେଶକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking