31.1 C
Bhubaneswar
Wednesday, April 29, 2026
Homeଅପରାଧଝାରସୁଗୁଡ଼ାରେ ଗୁଳି କାଣ୍ଡ

ଝାରସୁଗୁଡ଼ାରେ ଗୁଳି କାଣ୍ଡ

ଝାରସୁଗୁଡ଼ା : ସ୍କୁଟିରେ ଆସିଲେ, ଘରେ ପଶି ଯୁବକଙ୍କୁ ଗୁଳି କଲେ। ଝାରସୁଗୁଡ଼ା ଶାନ୍ତି ନଗରରେ ଘଟିଛି ଏଭଳି ଘଟଣା । ଗୁଳି ମାଡ଼ରେ ଆହତ ଯୁବକଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଆଜି ମଧ୍ୟାହ୍ନରେ ରାକେଶ ଓରାମ ଓ ତାଙ୍କ ମାଆ ଘରେ ବସି କଥା ହେଉଥିଲେ। ଠିକ୍‌ସେହି ସମୟରେ ଦୁଇ ଜଣ ଯୁବକ ସ୍କୁଟିଆରେ ଆସି ଘରେ ପଶିଥିଲେ। ଆଉ ତା’ପରେ ରାକେଶଙ୍କୁ ଲକ୍ଷ୍ୟକରି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ସୌଭାଗ୍ୟକୁ ଗୁଳି ରାକେଶଙ୍କ କାନ୍ଧରେ ସ୍ପର୍ଶ କରି ଚାଲି ଯାଇଥିଲା। ଚିତ୍କର ଶୁଣି ସ୍ଥାନୀୟ ଲୋକେ ସେଠାକୁ ପଳାଇ ଆସିଥିଲେ। ଏହା ପରେ ଦୁର୍ବୃତ୍ତମାନେ ସ୍କୁଟିରେ ଚମ୍ପଟ ମାରିଥିଲେ। ପରିବାର ଲୋକେ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଅଭିଯୋଗ ପରେ ଖୋଳତାଡ ଆରମ୍ଭ କରୁଛି ପୁଲିସ୍‌। ରାକେଶ ଓରାମଙ୍କ ମାଆଙ୍କ କହିବା ଅନୁସାରେ କୌଣସି କଥାକୁ ନେଇ ଗୁରୁବାର ବଚାସା ହୋଇଥିଲା। ଯେଉଁଥିପାଇଁ ଆଜି ଘରେ ପଶି ତାକୁ ଗୁଳି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking