18.1 C
Bhubaneswar
Tuesday, December 16, 2025
Homeଓଡିଶାବ୍ରିଜ୍ ନିର୍ମାଣ ଦାବିରେ ତାତିଲେ ଲୋକେ

ବ୍ରିଜ୍ ନିର୍ମାଣ ଦାବିରେ ତାତିଲେ ଲୋକେ

ମାର୍ଶାଘାଇ: ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣାବ୍ରିଜ୍ ନିକଟ ମଙ୍ଗଳାଛକ ଠାରେ ଏକ ଅଣ୍ଡର ପାସ୍ ବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ୍ କରିଥିଲେ। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାନବାହାନ ଅଟକି ରହିଥିଲା। ଜାତୀୟ ରାଜପରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଦେବାକୁ ପଡିଥିଲା। ଜାତୀୟ ରାଜପଥରେ ଟ୍ରକ୍ ଯାତ୍ରୀବାହୀ, ସ୍କୁଲବସ୍ ସହ ଟୁରିଷ୍ଟ ବସ୍ ଏବଂ ପିକ୍‌ନିକ୍ ବସ୍ ମଧ୍ୟ ଅଟକି ରହିଥିଲା। ବର୍ତ୍ତମାନ ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଇ ୮ ଲେନ୍ ବିଶିଷ୍ଟ କରାଯାଉଛି। ଜାତୀୟ ରାଜପଥର ମଙ୍ଗଳାଛକ ନିକଟରେ ଉଭୟ ପାର୍ଶ୍ୱରେ ଦୁଇଟି ସଂଯୋଗ ରାସ୍ତା ରହିଛି। ଗୋଟିଏ ରାସ୍ତା ମଙ୍ଗଳାଛକରୁ ବଡକୁଳ ଓ କରଞ୍ଜ ଗ୍ରାମପଞ୍ଚାୟକୁ ସଂଯୋଗ କରୁଥିବା ବେଳେ ଅନ୍ୟଟି ମଙ୍ଗଳା ଛକ ଠାରୁ ପାଟକୁରାକୁ ସଂଯୋଗ ରହିଛି। ସ୍ଥାନୀୟ ଲୋକଙ୍କ ଦାବି ରହିଥିଲା ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ମଙ୍ଗଳା ଛକ ନିକଟରେ ଏକ ଅଣ୍ଡର ବ୍ରିଜ୍ ନିର୍ମାଣ କରାଯାଉ। ଯାହା ଫଳରେ ଏହି ଅଣ୍ଡରପାସ୍ ବ୍ରିଜ୍ ଦେଇ ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱ ଯିବା ଆସିବା ସୁଗମ ହୋଇପାରିବ ଏବଂ ଜାତୀୟ ରାଜପଥକୁ ମଧ୍ୟ ପହଞ୍ଚିବା ପାଇଁ ସହଜ ସାଧ୍ୟ ହୋଇପାରିବ। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏ ସମ୍ପର୍କିତ ଏକ ଦାବିପତ୍ର ଜାତୀୟ ରାଜପଥ ପ୍ରାଧିକାରଣ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲ। କିନ୍ତୁ ସେମାନଙ୍କ ଦାବିକୁ ବିଭାଗୀୟ କର୍ତ୍ତୃପକ୍ଷ ବିଚାରକୁ ନେଇ ନାହାନ୍ତି ଏବଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁରଖିଛନ୍ତି। ମଙ୍ଗଳଛକରେ ଏକ ଅଣ୍ଡରପାସ୍ ବ୍ରିଜ୍ ନିର୍ମାଣ ଏଥିପାଇଁ ଆଜି ମହାକାଳପଡ଼ା ବ୍ଲକର ବଡକୁଳ, କରଞ୍ଜ ଏବଂ ମାର୍ଶାଘାଇ ବ୍ଲକର ଗରଜଙ୍ଗା ପଞ୍ଚାୟତର ଶତାଧିକ ଲୋକ ମଙ୍ଗଳାଛକ ନିକଟରେ ରାସ୍ତାରୋକ୍ କରିଥିଲେ। ଖବରପାଇ ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ ପରିଜା, ଥାନାଧିକାରୀ ତପନ କୁମାର ନାୟକ, ଏନ୍‌ଏଚ୍‌ଏଆଇର ଅଧିକାରୀ ଏବଂ ସମ୍ପ୍ରସାରଣ ଦାୟିତ୍ୱରେ ରହିଥିବା ଠିକା ସଂସ୍ଥାର ପ୍ରକଳ୍ପ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ରାସ୍ତାରୋକ୍ କରିଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking