29.1 C
Bhubaneswar
Sunday, February 8, 2026
Homeଓଡିଶାପି.ସି.ସି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ପି.ସି.ସି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ କଂଗ୍ରେସ ନେତୃବୃନ୍ଦ ଚନ୍ଦ୍ରଶେଖରପୁର ନାଲ୍‌କୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ନେତାଗଣ କଂଗ୍ରେସ ଭବନ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ତରୁଣ ମିଶ୍ର, ମନୋରଞ୍ଜନ ରାଉରତରାୟ, ରାଜ କିଶୋର ବାରିକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, , ଲିଙ୍ଗରାଜ ସାହୁ, ଆଲୋକ ମହାନ୍ତି, ବାଷ୍କର ସେଠୀ, ମୋଟରାଜ ଡୁଙ୍ଗଡୁଙ୍ଗ, ତାପସ ସେଠୀ, ସନ୍ଧ୍ୟାରାଣୀ ଦାସ, ମିହିର ଆଚାର୍ଯ୍ୟ, ପ୍ରସନ୍ନ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking