ଯାଜପୁର: କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭନ୍ନ ଯୋଜନା ପ୍ରଣୟନ କରିଚନ୍ତି l ଯୋଜନା ଗୋଷ୍ଠୀ ସଫଳ ରୂପାୟନ ହେଉଚି କି ନା ତାହା ସମିକ୍ଷା କରୁ ନାହାଁନ୍ତି ଯୋଜନା ଗୁଡ଼ିକ କାଗଜ ପତ୍ର ରେ ସୀମିତ ରହିଚି l ବିଦ୍ୟୁ ସେବା କ୍ଷେତ୍ର ରେ ଜନ ସଧାରଣ ମାନେ ସେବା ରୁ ବଞ୍ଚିତ ହେଉଛନ୍ତି l ବିଦ୍ୟୁତ୍ ବିଲ ଦେଉଚି କିନ୍ତୁ ବିଦ୍ୟୁତ୍ଲାଇନ ସମୟ ବିଚ୍ଛିନ୍ନ ହେlଇଛି l ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିରବଛୀର୍ଣ୍ଣ ବିଦ୍ୟୁତ ସେବା ପାଇଁ ଜେନେରେଟର ବ୍ୟବସ୍ଥା କରିଛନ୍ତି | ହେଲେ ଏହାର ସୁଫଳ ରୋଗୀ କିମ୍ବା ଅଭିଭାବକଙ୍କୁ ମୁଳୁନାହିଁ | ଏହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ | ଶନିବାର ହାଉସିଂ ବୋର୍ଡ ଅଞ୍ଚଳର ପ୍ରଭାକର ମହାନ୍ତି ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ | ରୋଗୀ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଡାକ୍ତର ତାଙ୍କୁ ଆଡ଼ମିସନ କରିବା ସହ ଜରୁରୀ ଇଞ୍ଜେକେସନ ଦେବାକୁ ନିର୍ଦ୍ଧେଶ ଦେଇଥିଲେ | ଏହି ସମୟରେ ଲାଇନ କଟିଯାଇଥିଲା ଯାହା ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ଭିତର ସମ୍ପୂର୍ଣ୍ଣ ଅନ୍ଧାରୁଆ ଥିଲା | ସେଠାରେ ଡ଼ିଉଟିରେ ଥିବା ନର୍ସ ବୋହୁ ସମୟ ଅପେକ୍ଷା ପରେ ବାଧ୍ୟ ହୋଇ ମୋବାଇଲ ଲାଇଟ ଜଳାଇ ଇଞ୍ଜେକେସନ ଦେଇଥିଲେ | ଯାହାକୁ ନେଇ ରୋଗୀଙ୍କ ସ୍ୱାମୀ ପ୍ରଭାକର କ୍ଷୋଭ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର ଥିବା ବେଳେ ତାହା କାହିଁକି ଚଳାଯାଉନାହିଁ | ପ୍ରତିମାସରେ ଜେନେରେଟର ତେଲ ବାବଦକୁ ଅର୍ଥ ବିଲ ହେଉଥିବା ବେଳେ ଲାଇନ ଉପରେ ଭରସା କରି ଅନ୍ଧାରରେ ରୋଗୀ ମାନଙ୍କ ସେବା କରାଯାଉ ଥିବା ଅଭିଯୋଗ ହୋଇଛି | ଜେନେରେଟର ଚଳାଇବାକୁ କୌଣସି ନିର୍ଦ୍ଧିଷ୍ଟ କର୍ମଚାରୀ ଦାୟିତ୍ୱରେ ନଥିବା ଜନପଡ଼ିଥିବା ଡିଉଟିରେ ରହୁଥିବା ସିକ୍ୟୁରୁଟି ଗାର୍ଡ ମାନେ କେତେବେଳେ କେମିତି ଡାକ୍ତରଙ୍କ ନିର୍ଦ୍ଧେଶ ହେଲେ ଚଲା ଯାଏ ବୋଲି ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି | ଏହି ଦୁଇଟି ମୌଳିକ ସୁବିଧା ରେ ଲୋକ ମାନେ ବଂଚିତ l ସରକାର ଜାଣି ମଧ୍ୟ୍ୟ ନୀରବ ଲୋକ କାହା ଆଗେ ଗୁହାରି କରିବେ ତାହା ପ୍ରଶ୍ନ ବଚୀ ସୂଷ୍ଟି ରେ ରହି ଯାଇଚିl