ବ୍ରହ୍ମଗିରି : ଚିଲିକା ମଝିରେ ଫସିଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି ଯାତ୍ରୀ ବାହି ଘାଟ ଡ଼ଙ୍ଗା । ଡଙ୍ଗାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୧୦ ଟି ବାଇକି ରହିଛି । ଡ଼ଙ୍ଗା ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସି ରହିଛି ଯାତ୍ରୀ ବାହି ଡ଼ଙ୍ଗା।ସାତପଡ଼ା ଠାରୁ ଯାତ୍ରୀ ମାନଙ୍କୁ ନେଇ ଜହ୍ନିକୁଦା ଅଭିମୁଖେ ବାହାରି ଥିଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା । ବାଟରେ ମଏଁସା ନିକଟରେ ଡଙ୍ଗାଟିର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ମଏଁସା ଗାଁ ନିକଟ ଏକ କୁଦରେ ଡଙ୍ଗାକୁ ଲଗାଇଥିଲେ । ଏହାପରେ ଅନ୍ୟଏକ ମେସିନି ଲାଗିବା ପରେ ଡଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବୋଲି ଜଣାପଡିଛି।