27.1 C
Bhubaneswar
Sunday, July 7, 2024
Homeଖେଳ୫ ହଜାର ମିଟରରେ ସ୍ୱର୍ଣ୍ଣ

୫ ହଜାର ମିଟରରେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ । ମହିଳା ୫ହଜାର ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଲେ । ୫ହଜାର ମିଟର ଦୌଡରେ ସ୍ୱର୍ଣ୍ଣ ଆଣିଛନ୍ତି ପାରୁଲ ଚୌଧୁରୀ ।  ଡେକାଥ୍ଲନରେ ତେଜସ୍ୱିନ୍ ଶଙ୍କରଙ୍କୁ ରୌପ୍ୟ ପଦକ । ସିଆନ ଗେମ୍ସରେ ଭାରତୀୟଙ୍କ ଦବଦବା ଜାରି ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଭାରତର ପାରୁଲ ଚୌଧୁରୀ ଆଜି ନୂଆ ସଫଳତା ପାଇଛନ୍ତି। ସେ ମହିଳା ୫୦୦୦ ମିଟିର ଦୌଡ଼ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୧୫.୧୪.୭୫ ମିନିଟରେ ଧାର‌୍ୟ୍ୟ ଟାର୍ଗେଟକୁ ଅତିକ୍ରମ କରି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।
ଚଳିତ ଏସିଆ ଗେମ୍ସରେ ପାରୁଲଙ୍କ ଏହା ଦ୍ୱିତୀୟ ପଦକ। ସୋମବାର ଷ୍ଟିପଲଚେଜ୍‌ର ୩୦୦୦ ମିଟର ରେସ୍‌ରେ ସେ ରୌପ ପଦକ ଜିତିଥିଲେ। ଆଜି ସେ ୫୦୦୦ ମିଟର ରେସ୍‌ରେ ବେଶ ନାଟକୀୟ ଢଙ୍ଗରେ ସୁନା ପଦକ ହାତେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking