29.1 C
Bhubaneswar
Saturday, October 5, 2024
Homeଅପରାଧନିଶା ଦେଇ ଦଳିତ ଯୁବତୀଙ୍କ ନଗ୍ନ ଫଟୋ ଉଠାଇଲେ ପାର୍ଲରମାଲିକ; ଅଭିଯୁକ୍ତ ଗିରଫ

ନିଶା ଦେଇ ଦଳିତ ଯୁବତୀଙ୍କ ନଗ୍ନ ଫଟୋ ଉଠାଇଲେ ପାର୍ଲରମାଲିକ; ଅଭିଯୁକ୍ତ ଗିରଫ

ପଟ୍ଟାମୁଣ୍ଡାଇ:  ମହିଳା ମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ଆଇନ ପ୍ରଣୟନ କରିଥିଲେ ମଧ୍ୟ ଏହା ଯେ ବାସ୍ତବତା ଠାରୁ ଅନେକ ଦୂର ତାହା ପଟ୍ଟାମୁଣ୍ଡାଇ ଥାନା ଅଂଚଳରେ ଘଟିଥିବା ଜନୈକା ଦଳିତ ଯୁବତୀଙ୍କ ଦୁଷ୍କର୍ମ ଘଟଣାରୁ ପୁଣି ପ୍ରମାଣିତ ହୋଇଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମକଦମା ରୁଜୁ କରି ଆସାମୀ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ ଦାଣ୍ଡିସାହି ବଜାରରେ  ଚୌଦକୁଲାଟ ନିଳିକଣ୍ଟା ଗ୍ରାମର ପ୍ରତାପ ସାହୁ ନାମକ ଜନୈକ ଯୁବକ  ଏକ ବିଉଟି ପାର୍ଲରର ଖୋଲିଥିଲେ । କିଛି ଦିନ ହେବ ସେହି ପାର୍ଲରରେ ସ୍ଥାନୀୟ ଅଂଚଳର ୨୨ବର୍ଷ ବୟସ୍କା ଜନୈକା ଦଳିତ ଯୁବତୀ ମାସିକ ୫,୦୦୦ଟଙ୍କା ଦରମାରେ ଚାକିରୀ କରୁଥିଲେ । ଇତି ମଧ୍ୟରେ ପାର୍ଲର ମାଲିକ ପ୍ରତାପ ଖାଦ୍ୟରେ ନିଶା ବଟିକା ମିଶାଇ ସମ୍ପୃକ୍ତା ଯୁବତୀଙ୍କୁ ଖାଇବାକୁ ଦେଇଥିଲେ । ଏହି ଖାଦ୍ୟ ଖାଇବା ପରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ପାର୍ଲର ମାଲିକ ପ୍ରତାପ ତାଙ୍କର ବିଭିନ୍ନ ଅଶୀଳ୍ଳ ଫଟୋ ଉଠାଇଥିଲେ ।
ଏହାପରେ ପ୍ରତାପ ସମ୍ପୃକ୍ତା ଯୁବତୀ ଅଶୀଳ୍ଳ ଫଟୋ ଗୁଡିକ ଦେଖାଇ ଭୟଭୀତ କରିବା ସହିତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏଥିରେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କୁ ବିବାହ ପ୍ରତିଶୃତି ଦେବା ସହିତ ରାଜି ନହେଲେ ଫଟୋ ଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ । ଶେଷରେ ଯୁବତୀ ଜଣକ ଭୟଭୀତ ହୋଇ ଅନ୍ୟ କୌଣସି ଉପାୟ ନପାଇ ପାର୍ଲର ମାଲିକ ପ୍ରତାପଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସିଥିଲେ । ମାତ୍ର ପରବର୍ତୀ ସମୟରେ ସମ୍ପୃକ୍ତା ଯୁବତୀ ଜଣକ ଅଧିକ ଦରମାରେ କେନ୍ଦ୍ରାପଡ଼ାରେ ଯାଇ ଚାକିରୀ କଲେ । କିନ୍ତୁ ପ୍ରତାପ ତାଙ୍କର ପିଛା ଛାଡି ନଥିଲେ ।
କେନ୍ଦ୍ରାପଡ଼ାରେ ଯୁବତୀ ଜଣକ ଚାକିରୀ କରୁଥିବା ଅଫିସରେ ପହଂଚି ପ୍ରତାପ ହାଙ୍ଗାମା କରିବା ସହିତ ପୁନରାୟ ଯୁବତୀ ଜଣଙ୍କୁ ତାଙ୍କର ଅଶୀଳ୍ଳ ଫଟୋକୁ ନେଇ ବ୍ଲାକମେଲ କରିଥିଲେ । ଏ ସମ୍ପର୍କରେ ଯୁବତୀ ଜଣକ ତାଙ୍କ ପରିବାରକୁ ଜଣାଇବା ପରେ ପରିବାର ଲୋକମାନେ ପ୍ରତାପଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲେ । ମାତ୍ର ଏଥିରେ ଉତକ୍ଷିପ୍ତ ହୋଇ ପ୍ରତାପ ସେମାନଙ୍କୁ ଜାତିଆଣ ନେଇ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ । ବାରମ୍ବାର ନିର୍ଯ୍ୟାତିତ ହେଉଥିବା ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଗତକାଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପାର୍ଲର ମାଲିକ ପ୍ରତାପଙ୍କ ବିରୋଧରେ ଏତଲା ଦେଇଥିଲେ ।
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ରଂଜିତ ମହାନ୍ତି ଏତଲା ଆଧାରରେ ଥାନା କେଶ ନଂ ୫୫୮/୨୩ରେ ଭାରତୀୟ ପିଙ୍ଗଳ କୋଡ଼ର ୩୭୬,୩୨୮,୩୮୪ ଦଫା ଓ ଏସ ସି ଏସ ଟି ଆକ୍ଟ ୬୭ ଆଇ ଟି ଆକ୍ଟରେ ମୋକଦମା ରୁଜୁ କରି ଆସାମୀ ପ୍ରତାପ ସାହୁଙ୍କୁ ଗିରଫ କରିଛନ୍ତି । କେନ୍ଦ୍ରାପଡ଼ା ଡି ଏସ ପି ଶାନ୍ତା ନୂତନ ସମଦ ଏହି ମାମଲାର ତଦନ୍ତ କରି ଗିରଫ ଅଭିଯୁକ୍ତ ପ୍ରତାପ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking