21.1 C
Bhubaneswar
Monday, December 22, 2025
Homeପାରାଲିମ୍ପିକ୍ସ - 2024ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ : ଭାରତ ଜିତିବ ୨୫ ପଦକ

ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ : ଭାରତ ଜିତିବ ୨୫ ପଦକ

ନୂଆଦିଲ୍ଲୀ : ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ଅନୂ୍ୟନ ୨୫ପଦକ ହାସଲ କରିବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାରାଲିମ୍ପିକ୍ସ କମିଟି (ପିସିଆଇ) ମୁଖ୍ୟ ଦେବେନ୍ଦ୍ର ଝାଝରିଆ। ଭାରତୀୟ ଷ୍ଟାର ଶଟଲର ପ୍ରମୋଦ ଭଗତ ବାଦ୍‌ ପଡ଼ିଥିଲେ ମଧ୍ୟ ଏହା ଭାରତୀୟ ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି ଝାଝରିଆ କହିଛନ୍ତି। ଡୋପିଂ ନିରୋଧୀ ନିୟମର ଉଲ୍ଲଂଘନ କାରଣରୁ ଭଗତଙ୍କୁ ୧୮ ମାସ ପାଇଁ ବାସନ୍ଦ କରାଯାଇଥିଲା। ତେବେ ଚଳିତବର୍ଷ ଭାରତ ପାରାଲିମ୍ପିକ୍ସ ପାଇଁ ଏହାର ସର୍ବବୃହତ୍‌ ୮୪ ଜଣିଆ ଆଥ୍‌ଲେଟିକ୍ସ ଦଳ ପ୍ରେରଣ କରିଛି। ଏହି ଦଳରେ ଆରମ୍ଭରୁ ପ୍ରମୋଦଙ୍କ ନାମ ନ ଥିଲା। ତେଣୁ ଭାରତ ଏହି ୮୪ ଖେଳାଳିଙ୍କ ନିକଟରୁ ହିଁ ୨୫ ପଦକର ଆଶା ରଖିଛି। ଏହା ନିଃସନ୍ଦେହ କି ପ୍ରମୋଦ ଆମର ଜଣେ ତାରକା ଆଥ୍‌ଲେଟ। ମାତ୍ର ଭାରତ ନିକଟରେ ପ୍ରତିଭାର ଭଣ୍ଡାର ରହିଛି ବୋଲି ସେ କହିଛନ୍ତି। ପ୍ରମୋଦ ଟୋକିଓ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସ୍‌ ପାରାଲିମ୍ପିକ୍ସ ପାଇଁ ମଧ୍ୟ ତାଙ୍କୁ ଫେଭରିଟ୍‌ ଭାବରେ ବିବେଚନା କରାଯାଉଥିଲା। ତେବେ ଚଳିତ ବର୍ଷ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖି ୨୫ ପଦକର ଭବିଷ୍ୟବାଣୀ କରିଥିବା କହିଛନ୍ତି ଦେବେନ୍ଦ୍ର। ଆସନ୍ତା ଅଗଷ୍ଟ ୨୮ ତାରିଖରୁ ପାରାଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଭାରତ ଟୋକିଓରେ ୧୯ଟି ପଦକ ହାସଲ କରିଥିବା ବେଳେ ପାରା ଏସିଆନ୍‌ ଗେମ୍ସରେ ୧୧୧ ପଦକ ହାସଲ କରିଥିଲା। ଭାରତ ଏହାର ପାରାଲିମ୍ପିକ୍ସ ଇତିହାସରେ ସର୍ବବୃହତ ଦଳ ପ୍ରେରଣ କରିଥିବା ବେଳେ ଅତିକମ୍‌ରେ ୨୫ ପଦକ ଜିତିବ ବୋଲି ଡବଲ୍‌ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝରିଆ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking