24.1 C
Bhubaneswar
Sunday, October 20, 2024
Homeଓଡିଶାଆଜି ବସିବ ଅଭିଭାବକ-ଶିକ୍ଷକ ବୈଠକ

ଆଜି ବସିବ ଅଭିଭାବକ-ଶିକ୍ଷକ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନଜର ଦେଇ ଶୁକ୍ରବାରଠାରୁ ସ୍କୁଲଛୁଟି ଘୋଷଣା କରାଯାଇଛି । ତେବେ ଛୁଟିସତ୍ତ୍ୱେ ଚଳିତ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ ଆଜି ବସୁଛି । ତାତିକୁ ଦେଖି ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସକାଳ ୬.୩୦ରୁ ବୈଠକ ଆରମ୍ଭ ହୋଇ ୧୦.୩୦ପୂର୍ବରୁ ସରିବ ।

ଏନେଇ ବିଭାଗପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ ପ୍ରଥମଥର ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତରର ପିଲାମାନଙ୍କ ପାଇଁ ‘ଅବକାଶ ଗୃହକାର୍ଯ୍ୟ’ ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରାଯିବ ।

ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କର ଅଭିଭାବକମାନଙ୍କର ସହାୟତାରେ ଏହି ଗୃହକାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବେ । ଅଭିଭାବକ ପିଲାମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ; ଫଳରେ ପିଲାମାନେ ଖରାଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking