ଭୁବନେଶ୍ୱର: ଅସମ୍ଭାଳ ଜାଡରେ ଥରୁଛି ଓଡିଶା । ମୟୁରଭଞ୍ଜ ଶିମିଳିପାଳରେ ମାଇନସକୁ ଖସିଛି ପାରଦ । ଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ସେହୁରି ରାଉରକେଲାରେ ୩.୬ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪.୬ ଡିଗ୍ରୀ ରେକର୍ଡ ହଇଛି । ଶୀତରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ।ରଦ । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଭୀଷଣ ତୁଷାରପାତ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ଝାରସୁଗୁଡାରେ ପୁଣି ରେକର୍ଡ ଥଣ୍ଡା । ସକାଳ ସାଢେ ୫ଟା ସୁଦ୍ଧା ପାରଦ ୫ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ବି ପାରଦ ତଳମୁହାଁ । ଭୁବନେଶ୍ୱରରେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷମ ଥଣ୍ଡା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।









