29.1 C
Bhubaneswar
Monday, February 9, 2026
Homeଖେଳପନ୍ତ୍ ଆହତ, ପଡ଼ିଆରୁ ବିଦାୟ

ପନ୍ତ୍ ଆହତ, ପଡ଼ିଆରୁ ବିଦାୟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଇନିଂସ୍ ଅବସରରେ ଡାହାଣ ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଭାରତୀୟ ୱିକେଟ୍‌କିପର୍ ଋଷଭ ପନ୍ତ୍‌ଙ୍କୁ ପଡ଼ିଆରୁ ବିଦାୟ ନେବାକୁ ପଡ଼ିଛି। ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ୍ ୱିକେଟ୍‌କିପିଂ କରୁଛନ୍ତି। ଇନିଂସ୍‌ର ୩୭ତମ ଓଭର୍‌ରେ ବୋଲିଂ କରୁଥିବା ରବୀନ୍ଦ୍ର ଜାଡ଼େଜାଙ୍କ ଅନ୍ତିମ ବଲ୍‌ଟିକୁ ବୁଝିନପାରି ବ୍ୟାଟିଂ କରୁଥିବା ଡେଭନ୍ କନ୍‌ୱେ ମିସ୍ କରିଥିଲେ। ବଲ୍‌ଟି ସିଧା ପନ୍ତ୍‌ଙ୍କ ଡାହାଣ ଆଣ୍ଠୁରେ ଲାଗିଥିଲା ଏବଂ ସେ ଯନ୍ତ୍ରଣାରେ ତଳେ ପଡ଼ିଯାଇଥିଲେ। ଟିମ୍ ଫିଜିଓ ପଡ଼ିଆରେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ଏଥିରେ ତାଙ୍କୁ ଉପଶମ ମିଳିନଥିଲା ଏବଂ ଛୋଟେଇ ଛୋଟେଇ ଫିଜିଓଙ୍କ ସହ ପଡ଼ିଆ ବାହାର ଚାଲିଯାଇଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବରରେ ଦିଲ୍ଲୀରୁ ରୁର୍‌କି ଯାଉଥିବା ବେଳେ ପନ୍ତ୍‌ଙ୍କ କାର୍ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ପରେ ମୁମ୍ବରେ ଆଣ୍ଠୁ ସର୍ଜରୀ ହୋଇଥିଲା ଏବଂ ପନ୍ତ୍ ପ୍ରାୟ ଦୁଇବର୍ଷ କ୍ରିକେଟ୍‌ରୁ ଦୂରେଇ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking