27.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଜାପାନ‌ରେ ଆତଙ୍କ: ଭୂକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି

ଜାପାନ‌ରେ ଆତଙ୍କ: ଭୂକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି

ଟୋକିଓ: ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଶକ୍ତିଶାଳୀ ଭୂକମ୍ପ ପରେ ଟୋକିଓର ଦକ୍ଷିଣରେ ବହୁ ଦୂରରେ ଥିବା ଏକ ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ମଙ୍ଗଳବାର ସୁନାମୀ ନେଇ ସୂଚନା ଜାରି କରିଛି। ସୁଦୂର ବେଳାଭୂମିରେ ଘଟିଥିବା ଏହି ଭୂକମ୍ପ ଯୋଗୁଁ ଧନଜୀବନ ହାନି ହେବାର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳି ପ‌ାରିନାହିଁ। ଜାପାନ ପାଣିପାଗ ବିଭାଗ (ଜେଏମଏ) କହିଛି ଯେ ମଙ୍ଗଳବାର ସକାଳେ ଇଜୁ ଦ୍ୱୀପ ଉପକୂଳରେ ୫.୯ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି ଏବଂ କିଛି ମିନିଟ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି।

ଏହି ଅଞ୍ଚଳରେ ଏକ ମିଟର ଉଚ୍ଚା ଜୁଆର ଉଠିବାର ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜେଏମଏ ରିପୋର୍ଟ କରିଛି ଯେ ହାଚିଜୋ ଦ୍ୱୀପର ୟେନେ ଜିଲ୍ଲାରେ ପ୍ରାୟ ୫୦ ସେଣ୍ଟିମିଟର ମାପ ବିଶିଷ୍ଟ ଏକ ସୁନାମି ଚିହ୍ନଟ ହୋଇଛି। ଏଜେନ୍ସି କହିଛି ଯେ ଟୋକିଓର ଦକ୍ଷିଣରୁ ପ୍ରାୟ ୩୦୦କିଲୋମିଟର ଦୂରରେ ଥିବା ହାଚିଜୋ ଦ୍ୱୀପର ଦକ୍ଷିଣରେ ପ୍ରାୟ ୧୮୦କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଛି। ଜାପାନର ଏନଏଚକେ ରାଜ୍ୟ ଟେଲିଭିଜନ ଚ୍ୟାନେଲ ଅନୁଯାୟୀ, ହାଚିଜୋ ଦ୍ୱୀପର ବାସିନ୍ଦା କହିଛନ୍ତି ଯେ ସେମାନେ ଭୂକମ୍ପ ଅନୁଭବ କରିନାହାନ୍ତି ଏବଂ କେବଳ ସୁନାମି ଚେତାବନୀ ଶୁଣିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking