34.1 C
Bhubaneswar
Friday, October 18, 2024
Homeଓଡିଶାବିରୋଧୀଙ୍କୁ ପାଣ୍ଡିଆନ୍‌ଙ୍କ ପୂଜା ଭେଟି

ବିରୋଧୀଙ୍କୁ ପାଣ୍ଡିଆନ୍‌ଙ୍କ ପୂଜା ଭେଟି

ଭୁବନେଶ୍ୱର(ବିପିନ ସିଂ): ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ବିରୋଧୀଙ୍କୁ ଚକିତ କଲାଭଳି ତାଙ୍କ ଇସ୍ତଫା ଦେଇ ଦଶହରା ପୂଜା ଭେଟି ଦେଇଛନ୍ତି । ବିରୋଧୀଙ୍କ ମୁହଁକୁ ସେ ତାଙ୍କ ଇସ୍ତଫା ପତ୍ର ଫିଙ୍ଗିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ କିଛି ମାସ ହେଲା ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଅଭିଯୋଗ ଶୁଣାଣୀ କରୁଥିବା ବେଳେ ତାକୁ ନେଇ ବିରୋଧୀ ବହୁ ଆପତି ଉଠାଉଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିର ବାତାବରଣ ବେଶ୍ ଉଷ୍ମ ରହୁଥିଲା । ଶେଷରେ ଇସ୍ତଫା ଦେଇ ପାଣ୍ଡିଆନ୍ ବିରୋଧୀଙ୍କୁ ମୁହଁତୋଡ଼୍ ଯବାବ୍ ଦେଇଥିବା କଥା କୁହାଯାଉଛି । ଏବେ ପାଣ୍ଡିଆନ୍ ଖୋଲା ଖୋଲି ଭାବେ ଯେଉଁ ଅଞ୍ଚଳକୁ ଚାହିଁବେ ସେ ଅଞ୍ଚଳକୁ ଯାଇ ରାଜନେତାଙ୍କ ଭଳି ସିଧାସଳଖ ବିଜେଡିର ରାଜନୀତିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ । ବିରୋଧୀ ଆଉ ପାଟି ଫିଟେଇ ପାରିବେ ନାହିଁ ।

ମୁଖ୍ୟନ୍ତ୍ରୀଙ୍କ ବଳଦଳରେ ତାଙ୍କ ନିର୍ଦ୍ଦେଶକୁ ଆଧାରେ କରି ପାଣ୍ଡିଆନ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ଘୋଷଣାମାନ କରିଥିଲେ । ଲୋକଙ୍କଠୁ ଆପତି ଅଭିଯୋଗ ଶୁଣୁଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ମଧ୍ୟ ଦେଇଥିଲେ । ଏହାକୁ ନେଇ ବିରୋଧୀ ତୁମ୍ଭିତୋଫାନ କରୁଥୁଲେ । କେନ୍ଦ୍ରକୁ ମଧ୍ୟ ବିଜେପି ଚିଠି ଲେଖି ଆପତି ଦେଇଥିଲା । ଉଭୟ କଂଗ୍ରେସ ଓ ବିଜେପି ଏବଂ ଅନ୍ୟ ରାଜନୈତିକ ଦଳର ନେତାମାନେ ପାଣ୍ଡିଆନ୍‌ଙ୍କୁ ତାଙ୍କର ଏହି କାର୍ଯ୍ୟକ୍ରମ ପାଇଁ କଟୁ ସମାଲୋଚନା କରୁଥିଲେ । ଯଦି ତାଙ୍କର ରାଜନୀତି କରିବାର ଅଛି ତେବେ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ସିଧାସଳଖ ରାଜନୀତିକୁ ଆସନ୍ତୁ । ପାଣ୍ଡିଆନ୍ ଗୋଟିକ ପରେ ଗୋଟିଏ ୩୦ଟି ଯାଙ୍କ ଜିଲ୍ଲା ବୁଲି ଅନୁଧ୍ୟାନ କଲେ । ବିରୋଧୀଙ୍କ କଥାକୁ ଖାତିର କଲେ ନାହିଁ । ଏପରିକି ଅନେକ ସ୍ଥାନରେ ବିରୋଧୀ ହତାସ ହୋଇ ତାଙ୍କ ଗସ୍ତକୁ ବିରୋଧ କରିବା ଆରମ୍ଭ କରିଦେଲେ । କଳାପତାକା ଦେଖାଇବା, ଅଣ୍ଡା ଓ ଟମାଟୋ ମାଡ଼ କରିବା ସହ କାଳିମାଡ଼ ମଧ୍ୟ କରାଯାଇଥିଲା । ତାଙ୍କ ମୁହଁରେ କାଳି ବୋଳାଯାଇଥିଲେ ବି ସେ କୌଣସି କଥାକୁ ଖାତିର ନକରି ତାଙ୍କ ଲକ୍ଷରେ ଅଟଳ ରହିଥିଲେ । ଏପରିକି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପାଣ୍ଡିଆନ୍‌ଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିଥିଲେ । ବିଜେପି ନେତାଙ୍କ କୌଣସି କଥାକୁ ଶାହା ଗୁରୁତ୍ୱ ଦେଉନଥିଲେ । ବିରୋଧୀ ସବୁବେଳେ ପାଣ୍ଡିଆନ୍‌ଙ୍କୁ ଇସ୍ତଫା ଦେଇ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଉଥିଲେ।

ଏବେ ପାଣ୍ଡିଆନ୍ ବିରୋଧୀଙ୍କ ଆହ୍ୱାନଙ୍କୁ ଗ୍ରହଣ କରି ଇସ୍ତଫା ଦେଇ ସିଧାସଳଖ ଓଡ଼ିଶାରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । କେବେଳ ବିଜେଡିରେ ଯୋଗ ଦେଲେ ବୋଲି ଘୋଷଣା କରିବା ବାକି ରହିଛି । ଏବେ ସେ ସିଧାସଳଖ ବିଜେଡି କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ରାଜନିତିକ କାର୍ଯ୍ୟକ୍ରମ କରିବେ ବୋଲି କୁହାଯାଉଛି । ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରୀରୁ ଅବସର ନେଇଛନ୍ତି । ତାଙ୍କର ଚାକିରୀ କାର୍ଯ୍ୟକାଳ ଆହୁରି ପ୍ରାୟ୧୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଥିଲା । ଏହାକୁ ସେ ଖାତିର ନକରି ଇସ୍ତଫା ଦେଇଥିବାରୁ ସେ ସିଧାସଳଖ ଓଡ଼ିଶା ରାଜ୍ୟରେ ରାଜନୀତି କରିବେ ବୋଲି ଏକ ପ୍ରକାର ସୂଚାଇ ଦେଇଛନ୍ତି । ଓଡ଼ିଶାର ପ୍ରତ୍ୟେକ କୋଣକୁ ଯାଇ ବୁଲିବା ପରେ ଓଡ଼ିଶା ଲୋକଙ୍କ ମନୋଭାବ ପରଖି ଥିଲେ । କେତେକ ରାଜନୈତିକ ବିରୋଧୀଙ୍କ ବିରୋଧକୁ ଛାଡ଼ି ଦେଲେ ସାଧାରଣ ଲୋକଙ୍କ ବିରୋଧଭାବ କେବେ ଦେଖା ଯାଇ ନଥିଲା । ସବୁ କଥାକୁ ଅନୁଧ୍ୟାନ କରିବା ପରେ ସେ ଇସ୍ତଫା ଦେଇଛନ୍ତି । ରାଜନୀତି କରିବା ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କିଏ ଉତ୍ତରାଧିକାରୀ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ କିଏ ସେହି ବ୍ୟକ୍ତି ଜଳ ଜଳ ହୋଇ ଦେଖାଦେଉଥିବା ଆଲୋଚନା ହେଉଛି । କୁହାଯାଉଥିଲା ପାଣ୍ଡିଆନ୍‌ଙ୍କ ପତ୍ନୀ ସୁଜାତା କାର୍ତ୍ତିକାନ୍ ରାଜନୀତି କରିବେ । ପାଣ୍ଡିଆନ୍ ପ୍ରଚ୍ଛଦ ପଟରେ ରହି ସହାୟତା କରିବେ । କିନ୍ତୁ ସେ ଓଡ଼ିଶାର ଜ୍ୱାଇଁ ହେଉଥିବାରୁ ସିଧାସଳଖ ପତ୍ନୀ ନୁହେଁ ନିଜେ ରାଜନୀତି କରିବେ ବୋଲି ଚାକିରୀରୁ ଇସ୍ତଫା ଦେଇ ଜଣାଇ ଦେଇଛନ୍ତି ।

ସ୍ୱେଚ୍ଛାକୃତ ଇସ୍ତଫା ପତ୍ର ଗତ ୨୦ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟକୁ ରାଜ୍ୟ ସରକାର ପଠାଇଥିଲେ । ୨୩ ତାରିଖରେ କେନ୍ଦ୍ର ସରକାର ଗ୍ରହଣ କରି ନେଇ ରାଜ୍ୟ ସରକାରଙ୍କୁ ଜଣାଇଲେ । ଏଥିରୁ ଜଣାପଡ଼ୁଛି ଉଭୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଭିତିରି ଆଲୋଚନା ହୋଇ ସାରିଥିଲା । ନ ହେଲେ ଏତେ ଜଲଦି କୌଣସି ଅଫିସରଙ୍କ ସ୍ୱେଚ୍ଛାକୃତ ଇସ୍ତଫା ଗ୍ରହଣ ହେବା ଦେଖାଯାଇ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking