28.1 C
Bhubaneswar
Sunday, June 23, 2024
Homeରାଜନୀତିହାତ ଯୋଡ଼ି କ୍ଷମା ମାଗିଲେ ପାଣ୍ଡିଆନ୍‌

ହାତ ଯୋଡ଼ି କ୍ଷମା ମାଗିଲେ ପାଣ୍ଡିଆନ୍‌

ଭୁବନେଶ୍ୱର : ରାଜନୀତିରୁ ସନ୍ୟାସ ଘୋଷଣା କଲେ ପାଣ୍ଡିଆନ୍ । ହାତଯୋଡି ବିଜୁ ପରିବାର ଓ କର୍ମିମାନଙ୍କୁ କ୍ଷମା ମାଗିଛନ୍ତି । ବିଜୁ ଜନତା ଦଳର ପରାଜୟ ପାଇଁ କ୍ଷମା ମାଗିଲେ ପାଣ୍ଡିଆନ୍ । ସେ କହିଛନ୍ତି , ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇ ଥିବାରୁ ସେ ଦୁଖିତ ଅଛନ୍ତି । ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା କାର୍ତ୍ତିକ ପାଣ୍ଡିଆନ୍‌ ଆଜି ରାଜନୀତି ଛାଡ଼ିଛନ୍ତି। ସେ ରାଜନୀତିରୁ ସନ୍ୟାସ ନେଇଥିବା ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ପରାଜୟ ପାଇଁ ସେ କ୍ଷମା ମାଗିଛନ୍ତି। ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ଦୁଃଖ ପ୍ରକାଶ କରୁଛି। ବିଜୁ ପରିବାର ଓ କର୍ମୀମାନଙ୍କୁ କ୍ଷମା ମାଗୁଛି। ନବୀନ ପଟ୍ଟନାୟକଙ୍କ ସହାୟତା ପାଇଁ ରାଜନୀତିକୁ ଆସିଥିଲି।
ସୂଚନାଅନୁସାରେ, ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନ୍‌ ଷ୍ଟାର ପ୍ରଚାରକ ଥିଲେ। ଉଭୟ ନେତା ନିର୍ବାଚନୀ ସଭା ହେଉ ବା ରୋଡ୍‌ ସୋ’ରେ ମତଦାତାଙ୍କୁ ଆକର୍ଷିତ କରୁଥିଲେ। କାର୍ତ୍ତିକ ପାଣ୍ଡିଆନ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ। ସେ କହିଥିଲେ ‘ଯଦି ଆସନ୍ତା ଜୁନ୍ ୯ ରେ ୭୫% ସଂଖ୍ୟାଗରିଷ୍ଠତା ସହିତ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନାହିଁ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି’ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking