ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ଭୁବନେଶ୍ୱର ମେୟର କଡ଼ା ଟିପ୍ପଣୀ ରଖିଥିବାବେଳେ ଏହାକୁ କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ତେବେ ଏହି ଅବସରରେ ଉପସ୍ଥିତ ମେୟର ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ରାଜ୍ୟ ସରକାର ମହିଳାଙ୍କୁ ଏହି ଯୋଜନାରେ ଦେଉଥିବା ୫ ହଜାର ଟଙ୍କାରେ କ’ଣ ହେବ ବୋଲି ମେୟର କହିଛନ୍ତି । ୫ ହଜାର ଟଙ୍କାରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ ବୋଲି ମେୟର କହିଛନ୍ତି । ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ କାଉଣ୍ଟର କରି କହିଛନ୍ତି ଯେ ଏହା ଏକ ପ୍ରୋତ୍ସାହନ । ଏଥିରେ ବଡ଼ ଶିଳ୍ପ କରିପାରିବେନି, କିନ୍ତୁ ମହିଳାଙ୍କ ସାହସ ବଢ଼ିବ । ଆଗାମୀ ଦିନରେ ଲକ୍ଷପତି ଦିଦିରେ ଓଡ଼ିଶା ଏକ ନମ୍ବର ହେବ ।