ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ ଶେଷ । ବୈଠକ ପରେ ଏସଆରସିଙ୍କ ସୂଚନା । ପଞ୍ଚାୟତ ନିର୍ବାଚନ ନେଇ ହେଲା ଆଲୋଚନା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ । ରାଜ୍ୟର କରୋନା ସଂକ୍ରମଣ ସ୍ଥିତି ଟିକାକରଣ ଓ କୋଭିଡ ମୁକାବିଲା ସରକାର କ’ଣ କ’ଣ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କଲେ ରାଜ୍ୟ ସରକାର।
ବର୍ତ୍ତମାନ ସଂକ୍ରମଣ ନେଇ ସେମିତି କିଛି ଅସ୍ୱଭାବିକ ସ୍ଥିତି ଉପୁଜିନି। ଯଦି ପରବର୍ତ୍ତୀ ସମୟରେ ସେଭଳି ସ୍ଥିତି ଉପୁଜେ ପୁଣିଥରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଆଜିର ବୈଠକ ପରେ ପଂଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।